ଉପନ୍ୟାସ ‘ସିଗାରେଟ’ ପାଇଁ ସଂଗ୍ରାମ କେଶରୀ ସେନାପତିଙ୍କୁ ଟାଇମ୍ ପାସ ପ୍ରଥମା ପୁରସ୍କାର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ଗ୍ରାମର ଅଭିମନ୍ୟୁ ସେନାପତି ଓ ଶ୍ରୀମତୀ ଦେଇଙ୍କ ପୁତ୍ର ସଂଗ୍ରାମ କେଶରୀ ସେନାପତିଙ୍କୁ ତାଙ୍କ ଉପନ୍ୟାସ ପାଣ୍ଡିଲିପି ‘ସିଗାରେଟ’ ପାଇଁ ଟାଇମ ପାସ ପ୍ରକାଶନ ଦ୍ୱାରା ଆୟୋଜିତ ଉତ୍‌ସାହିତ୍ୟ କାର୍ଯ୍ୟକ୍ରମରେ ଚଳିତ ବର୍ଷର ପ୍ରଥମା ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟର ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଖ୍ୟାତାନାମା କବି ଓ କଥାକାର ଡ.ହିରଣ୍ମୟୀ ମିଶ୍ର ସଂଗ୍ରାମଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଚଳିତ ବର୍ଷ ପାଇଁ ୧୨ ଜଣ ପ୍ରଥମା ପୁରସ୍କାର ପାଇଥିବା ବେଳେ ସଂଗ୍ରାମ ଏକାକୀ ଉପନ୍ୟାସ ବିଭାଗରେ ଏହି ପୁରସ୍କାର ପାଇଛନ୍ତି ବୋଲି ଆୟୋଜକ ତଥା ଟାଇମ ପାସର ନିର୍ଦ୍ଦେଶକ ସରୋଜ ବଳ କହିଛନ୍ତି । ଏହି ବହିଟି ଟାଇମପାସ୍ ଦ୍ୱାରା ଆୟୋଜିତ ବହିବର୍ଷ କାର୍ଯ୍ୟକ୍ରମରେ ଆସନ୍ତା ଏପ୍ରିଲ ମାସରେ ପ୍ରକାଶିତ ହେବ । ଯାହାକି ଅନ୍‌ଲାଇନ ସମେତ ବିଭିନ୍ନ ସ୍ଥାନରେ ଉପଲଡବ୍ଧ ହେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ