ପଞ୍ଚୁଗୋଛିଆ ପଞ୍ଚାୟତ କ୍ରିକେଟ ଲିଗ, ରୟାଲ ବୁଲସ ଚମ୍ପିଯାନ

ହାଟଡିହି (ଓ୍ବାଇଏନଏସ): ଗୋପଲକ୍ଷ୍ମୀ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ପଞ୍ଚାୟତ ପ୍ରିମିୟର ଲିଗ ୨୦୨୫ ର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇ ଯାଇଛି। ଆଜି ପ୍ରଥମେ ଟସହାରି ରୟାଲ ବୁଲସ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୧୦୦ ରନ କରିଥିବାବେଳେ ୧୦୧ରନର ବିଜୟଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଫ୍ଲାଇଙ୍ଗ ଏଭିଏଟର ୮୫ ରନ କରିବାକୁ ସମର୍ଥ ହୋଇଥିଲା । ରୟାଲ ବୁଲସର ଶୁଭକାନ୍ତ ପଣ୍ଡା ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହେଇଥିଲେ। ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ସତ୍ୟପ୍ରିୟ ନାୟକ, ଶ୍ରେଷ୍ଠ ବୋଲର ଭାବେ ଦୀପକ ଜେନା, ଶ୍ରେଷ୍ଠ ଫିଲଡର ଭାବେ ନବୀନ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ଅମ୍ପାୟାର ଭାବେ ସତ୍ୟବ୍ରତ ସାହୁ ଓ ନିରଞ୍ଜନ ବାରିକ ଖେଳ ପରିଚାଳନା କରିଥିଲେ। ବାଦଲ ଜେନା, ସ୍ୱୟଂ ପ୍ରକାଶ ମଲ୍ଲିକ ସ୍କୋରର ଦାୟିତ୍ୱ ନିର୍ବାହ କରିଥିବା ବେଳେ ଚୈତନ କାଣ୍ଡି ଓ ଧ୍ୟାନ ରଞ୍ଜନ ଦାସ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ବିଜେପି ନେତା ଆଲୋକ ସେଠୀ, ବିଡ଼ିଓ ରଞ୍ଜନ କୁମାର ପରିଡା, ସମାଜସେବୀ ଜନ୍ମେଜୟ ଓଝା, ବଞ୍ଚୋ ସରପଞ୍ଚ ପ୍ରଶାନ୍ତ ରାଉତ, ପଞ୍ଚୁଗୋଛିଆ ସରପଞ୍ଚ ଦିନେଶ କୁମାର ସେଠୀ, ଜିଲ୍ଲା ବିଜେପି ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପୂର୍ବତନ ନଗରପାଳ ରାମଚନ୍ଦ୍ର ସାହୁ, ବିଜେପି ନେତ୍ରୀ ମିନତୀ ମହାପାତ୍ର, ଟିକି କିସ୍କୁ, ବିବେକାନନ୍ଦ ରାଉତ, ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ସୁଶାନ୍ତ କୁମାର ଯେନା ପ୍ରମୁଖ ଯୋଗଦେଇ ବିଜୟୀ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ