ପରିବେଶକୁ ସବୁଜ ସୁନ୍ଦର ଗଢ଼ିବା ପାଇଁ ମା ଜଗେଶ୍ୱରୀ ଇଡିଶି ପକ୍ଷରୁ ତାଳ ମଞ୍ଜି ରୋପଣ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଥାନା ଅଧିନସ୍ଥ ମା ଜାଗେଶ୍ୱରୀ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ କରିବା ପାଇଁ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲ ପରିସରରେ ତାଳ ମଂଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା ଜାଗେଶ୍ୱରୀ ଜଙ୍ଗଲ ସୁରକ୍ଷା କମିଟି ସଭାପତି ସୁବାସ ଚନ୍ଦ୍ର ବେଉରାଙ୍କ ତତ୍ବାବଧାନରେ ଅବସରପ୍ରାପ୍ତ ବନାଚଂଳ ଅଧିକାରୀ ଦୁଃଶାସନ ନାୟକ, କାଉନସିଲର ନିହାର ରଞ୍ଜନ ବେଉରା , ପୂର୍ବତନ ଜଙ୍ଗଲ ସୁରକ୍ଷା କମିଟି ସଭାପତି ସୁଶାନ୍ତ ବେଉରା , ପୂର୍ବତନ କାଉନସିଲର ପଦ୍ମ ଚରଣ ବେଉରା, ବିମଳ କାଣ୍ଡି, ମାନସ ପାତ୍ର, ସୁକାନ୍ତ କାଣ୍ଡି , ଅଭିନା କାଣ୍ଡି, ଭ୍ରମର କାଣ୍ଡି , ଚନ୍ଦନ କାଣ୍ଡି,ଲିଙ୍ଗରାଜ ବେଉରା , ପୀତବାସ ବେଉରା ସମେତ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଡାଳିମ୍ବଗୋରଡି ଓ ବାଣପଦା ଗ୍ରାମକୁ ନେଇ ଗଠିତ ମା ଜାଗେଶ୍ୱରି ସୁରକ୍ଷା କମିଟି ପକ୍ଷରୁ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସନ୍ନିକଟ ସଂରକ୍ଷିତ ଜଙ୍ଗଲ ଠାରୁ ନଡିଆ ଫାର୍ମ ପର୍ଯ୍ୟନ୍ତ ଦୀର୍ଘ ୨କିମି ପରିବ୍ୟାପ୍ତ ଅଂଚଳରେ ୩୦୦୦ ତାଳ ମଂଜି ରୋପଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ବ୍ଯାପକ ତାଳ ମଂଜି ରୋପଣ ପାଇଁ ପଦକ୍ଷେପ ନିଆଯାଉଛି। ଏହି କାର୍ଯ୍ୟକ୍ରମକୁ ଡାଳିମ୍ବଗୋରଡି ଓ ବାଣପଦା ଗ୍ରାମକୁ ନେଇ ଗଠିତ ମା ଜାଗେଶ୍ୱରୀ ଜଙ୍ଗଲ ସୁରକ୍ଷା କମିଟିର କର୍ମକର୍ତ୍ତା ଓ ସଭ୍ଯ ମାନେ ପରିଚାଳନା କରିଥିଲେ ।


