ଆଜି ଜାତୀୟ ପ୍ରେସ୍ ଦିବସ
ଆସିକା (ୱାଇଏନ୍ଏସ୍) : ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ୧୬ ତାରିଖରେ ପାଳିତ ହୋଇଥାଏ ଜାତୀୟ ପ୍ରେସ୍ ଦିବସ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ସ୍ୱାଧୀନତା ଏବଂ ସମାଜ ପ୍ରତି ଏହାର ଉତ୍ତରଦାୟିତ୍ୱକୁ ସମ୍ମାନ ଜଣାଇବା ଲକ୍ଷ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଥାଏ । ଗଣମାଧ୍ୟମ ଯେପରି ବିନା କୌଣସି ଚାପ ବା ଭୟରେ ନିରପେକ୍ଷ ଭାବେ କାର୍ଯ୍ୟ କରିପାରିବେ ତାହାକୁ ସୁନିଶ୍ଚିତ କରିବା ଏବଂ କୌଣସି ପ୍ରକାର ମିଥ୍ୟା ବା ବିଭ୍ରାନ୍ତିକର ତଥ୍ୟ ନଦେଇ ସମାଜର ପ୍ରକୃତ ଚିତ୍ର ଏବଂ ସମସ୍ୟାକୁ ଲୋକଲୋଚନକୁ ଆଣିବା ସାଙ୍ଗକୁ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ପାଇଁ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଥାଏ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣତନ୍ତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ସାମ୍ବାଦିକମାନେ ସଦାସର୍ବଦା ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଆସିଥାନ୍ତି । ଗଣମାଧ୍ୟମର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଅବଦାନ ଅତୁଳନୀୟ ହୋଇଥିଲା ବେଳେ ସମାଜର ସର୍ବାଙ୍ଗୀନ ବିକାଶରେ ସାମ୍ବାଦିକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଗଣମାଧ୍ୟମ ପ୍ରତିନିଧି ଉଜ୍ଜଳ ଭବିଷ୍ୟତ ଗଠନର ଚାବିକାଠି ସଦୃଶ ହୋଇଥିବା ସାଙ୍ଗକୁ ଗଣମାଧ୍ୟମ ପ୍ରତିନିଧିମାନେ ସଦାସର୍ବଦା ନିଃସ୍ୱାର୍ଥପର ଭାବେ ସେବା ମନୋଭାବ ନେଇ ଅକ୍ଳାନ୍ତ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି । ଭାରତୀୟ ପ୍ରେସ୍ ପରିଷଦର ପ୍ରତିଷ୍ଠାକୁ ସ୍ମରଣ କରିବା ଲକ୍ଷ୍ୟରେ ପ୍ରତି ବର୍ଷ ନଭେମ୍ବର ମାସ ୧୬ ତାରିଖକୁ ଜାତୀୟ ପ୍ରେସ୍ ଦିବସ ରୂପେ ପାଳନ କରାଯାଇଆସୁଛି।


