ମନ୍ତ୍ରୀଙ୍କ ଦ୍ବାରା ଶୌଚାଳୟ ଲୋକାର୍ପିତ ଓ ଭତ୍ତା ବଣ୍ଟନ
ବୁଗୁଡ଼ା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦ ନଂ ୱାର୍ଡ଼ରେ ଏକ ଶୌଚାଳୟ ଲୋକାର୍ପିତ ହେବା ସହ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ପରିସରରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ମଇ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ପ୍ରଥମେ ଓ୍ବାର୍ଡ ନମ୍ବର ୧୦ର ଶ୍ରୀବଳଦେବ ଜୀଉ ମନ୍ଦର ପରିସରରେ ଏକ ନୂତନ ଶୌଚାଳୟକୁ ଲୋକାର୍ପିତ କରିଥିବା ବେଳେ ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ପରିସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର ୭୬ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହାସହିତ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଗତି ବିଷୟରେ ଉପସ୍ଥିତ ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ। ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା, ଏନ୍ ଏ ସି ବିଧାୟକ ପ୍ରତିନିଧି ୟୁ ଯଜ୍ଞ ନାରାୟଣ ପାତ୍ର, ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ବ୍ଳକ ବିଧାୟକ ପ୍ରତିନିଧି ହରିହର ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଙ୍ଗା ନାୟକ, ଏନ୍ ଏ ସି ବିଜେପି ମଣ୍ଡଳ ସଭାନେତ୍ରୀ ଡି ରେଶ୍ମା ପାତ୍ର, ନଗର ବିଜେପି ସଭାପତି କେଦାରନାଥ ମହାରଣା, ବିଜେପି ଯୁବମୋର୍ଚ୍ଚା ସାଧାରଣ ସଂପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ କାଉନସିଲର ଉପସ୍ଥିତ ଥିଲେ।


