ଦୁଇ ଗଞ୍ଜେଇ ଚୋରାଚାଲାଣ କାରୀଙ୍କୁ ଧରିଲା ଟାଉନ ଥାନା ପୋଲିସ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଟାଉନ୍ ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ୨ ଯୁବକଙ୍କୁ ଗିରଫ କରା ଯାଇଛି। ଗତକାଲି ଦିନ ୧୧ଟା ସମୟରେ ଜୟପୁର ଜିବା ରାସ୍ତା ଚମ୍ପାଖାରି ନିକଟ ଚେକପୋଷ୍ଟ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ମଟରସାଇକେଲ କୁ ପୂର୍ବ ସୂଚନା ଆଧାରରେ ପୋଲିସ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ୍ କରିବାରୁ ମଟରସାଇକେଲରୁ ୨୫.୪୦୦ କିଲୋଗ୍ରାମ ଗଞ୍ଜେଇ ସେମାନଙ୍କ ନିକଟରୁ ପୋଲିସ ଜବତ କରିଛି। ଜବତ୍ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦେଇଛନ୍ତି। ଏହି ଘଟଣାରେ ଗଞ୍ଜେଇ ସହିତ ଗୋଟିଏ ହିରୋ ସ୍ପ୍ଲେଣ୍ଡର ମଟରସାଇକେଲ ସମେତ ୨ ଯୁବକଙ୍କୁ ପୋଲିସ ଗିରଫ କରିଛି। ଉଭୟ ଯୁବକ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ, କାଲିମେଳା ଅଞ୍ଚଳର ଜଣେ ହେଉଛନ୍ତି ପ୍ରଶାନ୍ତ ବିଶ୍ୱାସ (୨୪) ଗ୍ରାମ ଏମପିଭି-୧୩ ଅନ୍ୟ ଜଣେ ବିଶ୍ବଜିତ ବେପାରୀ ଗ୍ରାମ ଏମପିଭି-୮ (୨୪) ଉଭୟଙ୍କର ବର୍ତ୍ତମାନ ଠିକଣା ସୁକମା ଜିଲ୍ଲା କୁମାର୍ ରାସ୍ । ମାଲକାନଗିରି ଜିଲ୍ଲାରୁ ଗଞ୍ଜେଇ ନେଇ ଅନ୍ୟ ରାଜ୍ୟରେ ଚଡ଼ା ଦରରେ ବିକ୍ରି କରିଥାନ୍ତି ଏମାନେ ତେବେ ମାଲକାନଗିରି ମଡେଲ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରି ଏସ ଆଇ କୃତିବାସ ବେହେରାଙ୍କ ନେତୃତ୍ୱରେ ଅନ୍ୟ ସହଯୋଗୀଙ୍କ ଉପସ୍ଥିତରେ ଗଞ୍ଜେଇ ଚୋରାଚାଲାଣକାରୀ ଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଉଭୟଙ୍କ ନାଁରେ ମାଲକାନଗିରି ଥାନାରେ ଏନଡିପିଏସ କେସ୍ ନମ୍ବର-୩୪୨ ୧୦/୦୬/୨୬ ଧାରା ଅଧୀନରେ ୨୦(ବି) (ii)(c) ୨୫/୨୯ ଅନୁଯାୟୀ କେସ୍ ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।


