ଅନ୍ତେବାସୀଙ୍କ ସୁରକ୍ଷା ଉପରେ ପ୍ରଧାନଶିକ୍ଷକଙ୍କୁ ତାଲିମ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଦ୍ୟାଳୟର ଅନ୍ତେବାସୀଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ତାଲିମ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକମାନଙ୍କୁ ଶୁଆକାଟୀ ବାଳକ ଉଚ୍ଚ ବିଦ୍ୟାଳୟରେ ଗତ ୨୨ ତାରିଖଠାରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଛାତ୍ରାବାସ ଥିବା ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଦୁଇଦିନ ଲେଖାଏଁ ତାଲିମ ଗ୍ରହଣ କରିବେ । ଏହିପରି ୪ଟି ପର୍ଯ୍ୟାୟରେ ୮ ଦିନ ପର୍ଯ୍ୟନ୍ତ ପ୍ରଶିକ୍ଷଣଟି ଚାଲୁ ରହିବ । ଜିଲ୍ଲା ମଙ୍ଗଳ ବିଭାଗ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ସୁନାରାମ ସିଂ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଡେପୁଟି ଡାଇରେକ୍ଟର ପରୀକ୍ଷିତ ଦାଶ,ମାଷ୍ଟର ଟ୍ରେନର ଭାବେ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ଝୁମ୍ପୁରା ମନୋରଞ୍ଜନ ନାୟକ, ସହକାରୀ ଶିକ୍ଷୟିତ୍ରୀ ସଞ୍ଜିତା କର ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ମୁଖ୍ୟ ଯୋଗଦାନ ଦେଉଛନ୍ତି ପ୍ରଧାନଶିକ୍ଷକ ସୋମନାଥ ଆଇଚ ଓ ବିକାଶ ଶତପଥି ଏବଂ ରେଜିଷ୍ଟ୍ରେସନ କାର୍ଯ୍ୟରେ ସହଯୋଗ କରୁଛନ୍ତି ଶିକ୍ଷକ ଶକ୍ତିରଞ୍ଜନ ଜେନା ଓ ମୋତିଲାଲ ମହାନ୍ତ ।


