ଅଧାଭଙ୍ଗା ଗୃହରେ ଚାଲିଛି ସ୍ବଳ୍ପ ବ୍ୟୟ ମଞ୍ଜୁର ଛାତ୍ରାବାସ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ନିବାସ ରେ ରଖି ଖାଦ୍ୟ ପୋଷାକ ଠାରୁ ଆରମ୍ଭ କରି ସମସ୍ତ ଉପକରଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ସରକାର। ଛାତ୍ର ଛାତ୍ରୀ ମାନଙ୍କୁ ସରକାର ସମସ୍ତ ସୁବିଧା କରିଛନ୍ତି ସତ ଯେଉଁ ଗୃହ ରେ ପିଲା ମାନେ ରହୁଛନ୍ତି ସେହି ଗୃହ ଗୁଡିକ ଅଧାଭଙ୍ଗା ଅବସ୍ଥାରେ ରହିଥିଲେ ମଧ୍ୟ ଗୃହ ଗୁଡିକ ର ଉନ୍ନତି କରଣ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନେ ଆଦୈ ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ର ବାରଖଣ୍ଡିଆ ଗ୍ରାମରେ ଦେଶ ସ୍ବାଧୀନତା ହେବା ସମୟରେ ୧୯୪୭ ମସିହାରେ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ବିକାଶ ନିମନ୍ତେ ବିଦ୍ୟାଳୟ ସ୍ଥାପନ କରିଥିଲେ। ସେହିଦିନ ଠାରୁ ଏହି ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ଦେଶ ବିଦେଶରେ ବଡ ପଦପଦବୀରେ ରହି ବିଦ୍ୟାଳୟ ର ନାମକୁ ବଢାଇ ପାଛନ୍ତି । ସରକାର ଯେବେଠାରୁ ସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା ଆରମ୍ଭ କରି ଆଦିବାସୀ ମାନଙ୍କ ଶିକ୍ଷାର ବିକାଶ କରିବା ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କଲେ। ସେହି ସମୟରୁ ବାରଖଣ୍ଡିଆ ପ୍ରାଥମିକ ବିଦ୍ୟାଳୟ ରେ ୪୦ ଛାତ୍ର କୁ ନେଇ ସ୍ୱଳ୍ପ ବ୍ୟୟ ମଞ୍ଜୁର ଛାତ୍ରାବାସ ଚାଲି ଆସୁଛି। ବର୍ତ୍ତମାନ ଏହି ଛାତ୍ର ନିବାସ ରେ ୪୦ ପିଲା ରହୁଥିବା କୋଠାଟି ଅତ୍ୟନ୍ତ ଦୁର୍ବଳ ହୋଇପଡିଛି। ଛାତର ଅନେକ ସ୍ଥାନରେ କାନ୍ଥ ଫାଟି ଯାଇଛି ତ କିଛି ସ୍ଥାନରୁ ପଲସ୍ତରା ଖସି ରଡ ଦେଖାଯାଉଛି। ସେହିପରି ଏଠାରେ ରହୁଛନ୍ତି ୪୦ ପିଲା କିନ୍ତୁ ସେମାନଙ୍କ ପାଇଁ ୩୨ ଟି ଖଟ ରହିଛି। ଯାହା ଫଳରେ ସେମାନେ ଖୁନ୍ଦା ଖୁନ୍ଦି ହୋଇ ରହିଛନ୍ତି। ଏଠାରେ ରହୁଥିବା ପିଲା ମାନଙ୍କ ପାଇଁ ମଶାରୀ ବ୍ୟବସ୍ଥା ନଥିବାରୁ ପିଲା ମାନଙ୍କୁ ରାତିରେ ମଶା କାମୁଡା ଖାଉଛନ୍ତି। ସେହିପରି କେନ୍ଦୁଝର ଜିଲା ଏକ ଥଣ୍ଡା ପ୍ରବଣ ଜିଲା ହୋଇଥିବାରୁ ଆଂଶିକ ଥଣ୍ଡା ପଡିଛି। କିନ୍ତୁ ଏଠାରେ ରହୁଥିବା ପିଲା ମାନଙ୍କୁ କମ୍ବଳ ପ୍ରଦାନ କରିନଥିବା ଦେଖିବାକୁ ମିଳିଛି। ଛାତ୍ରାବାସ ରେ ରହୁଥିବା ପିଲାମାନେ ରହୁଥିବା କୋଠା ଗୁଡ଼ିକ ଲୋକ ଦେଖାଣିଆ ଭାବରେ ମରାମତି କରାଯାଉଛି କିନ୍ତୁ ପୂର୍ବରୁ ଯେମିତି ରହିଥିଲା ସେହିପରି ରହୁଛି କିନ୍ତୁ ସରକାରୀ ଅର୍ଥ କୁ ହରିଲୁଟ କରିଚାଲିଛନ୍ତି ପ୍ରଶାସନିକ ଅଧିକାରୀ ମାନେ। ସ୍ବଳ୍ପ ବ୍ୟୟ ମଞ୍ଜୁର ଛାତ୍ରାବାସ ଗୃହ ଗୁଡିକ ଅଧାଭଙ୍ଗା ଅବସ୍ଥାରେ ରହିଛି ତଥାପି କାହିଁକି ମରାମତି କରାଯାଉ ନାହିଁ ବୋଲି ପଚାରିବାରୁ ଝୁମ୍ପୁରା ବ୍ଲକ ମଙ୍ଗଳ ଅଧିକାରୀ ମନୋରଞ୍ଜନ ନାୟକ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହନ୍ତି ଛାତ୍ରାବାସ ଦୁର୍ବଳ ଥିବା ସମ୍ପର୍କରେ ଚମ୍ପୁଆ ଆଇଡିଏ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅବଗତ କରାଯାଇଛି କିନ୍ତୁ ବିଭାଗ ତରଫରୁ ଅଦ୍ୟାବଧି କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି କହିଛନ୍ତି। ଏହି ଛାତ୍ର ନିବାସ ପାଇଁ ଆବଶ୍ୟକ ଗୃହ ଯୋଗାଇ ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ