ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ହାଇସ୍କୁଲରେ ବୃକ୍ଷରୋପଣ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କପାଳେଶ୍ୱର ପଞ୍ଚାୟତର ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟ ଇକୋକ୍ଲବ ଆନୁକୂଲ୍ୟରେ ବୃକ୍ଷରୋପଣ ଓ ବୃକ୍ଷବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କଣ୍ଡୁରୀ ଚରଣ ପ୍ରଧାନ, ଶିକ୍ଷକ ଉତ୍ତମ କୁମାର ସ୍ୱାଇଁ, ଅଭୟ କୁମାର ସାହୁ, ପ୍ରଭାକର ଆଚାର୍ଯ୍ୟ, ତାହିରା ଖାନମ, ତଫିକ ଖାଁ, ଇଷା ମହାନ୍ତି, ମାମା ସ୍ୱାଇଁ, ରମାକାନ୍ତ ସ୍ୱାଇଁ ଓ କୁଞ୍ଜଲତା ଦାସଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ। ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଗୋଟିଏ ଚାରା ବଣ୍ଟନ କରାଯାଇ ସେମାନଙ୍କ ଘରେ ସେହି ଚାରାକୁ ରୋପଣ କରାଯିବାକୁ ପରାମର୍ଶ ଦିଆଯାଇଥିଲା।


