ଅବସରପ୍ରାପ୍ତ ରେଳ କର୍ମଚାରୀ ସଂଘ ଦ୍ୱାରା ବୃକ୍ଷରୋପଣ

ବାଲେଶ୍ୱର,(ସରୋଜ ପଣ୍ଡା): ଅବସରପ୍ରାପ୍ତ ରେଳ କର୍ମଚାରୀ ସଂଘ, ବାଲେଶ୍ୱର ଶାଖା ଆନୁକୁଲ୍ୟରେ ବୁଧବାର ପୂର୍ବାହ୍ନ ୧୦ ଘଟିକା ସମୟରେ ସଭାପତି ଚତୁର୍ଭୁଜ ଜେନାଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭୀମପୁରା ଶ୍ମଶାନ ଭୂମି ପରିସରରେ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠାତା ସଭାପତି ରମେଶ ଚନ୍ଦ୍ର ଜେନା ପ୍ରଥମ ବୃକ୍ଷରୋପଣ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟିତ କରିଥିଲେ। ଉପସଭାପତି ସତ୍ୟରଞ୍ଜନ ରାଉତ, ଅକ୍ଷୟ କୁମାର ପଣ୍ଡା, ସମ୍ପାଦକ ରାମଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଉପଦେଷ୍ଟା ଗିରିଧାରୀ ବିନ୍ଧାଣି, ସଂଗଠନ ସମ୍ପାଦକ ଗଗନ ଚନ୍ଦ୍ର ଦଳାଇ, କୋଷାଧ୍ୟକ୍ଷ ବଙ୍କିମ କୁମାର ପତି, ସୁକୁମାର ବେହେରା, ଅନିଲ କୁମାର ଦାସ, ଉମାକାନ୍ତ ଦାସ, ପଦ୍ମନାଭ ସାମଲ, ବିଜୟ କୁମାର ସେନାପତି, ପ୍ରଫୁଲ୍ଲ ସେଠୀ, ଦେବୀ ପ୍ରସାଦ ତଥା ରବୀନ୍ଦ୍ର ନାରାୟଣ ତ୍ରିପାଠୀ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ