ମୁନିଗୁଡା ପ୍ରେସ କ୍ଳବ ଓ ବନ ବିଭାଗର ମିଳିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ମୁନିଗୁଡା,୧୭/୯ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ପ୍ରେସ କ୍ଳବ ଓ ବନ ବିଭାଗର ମିଳିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁନିଗୁଡା ରେଞ୍ଜର ଅନିଲ କୁମାର ଵାଲା ଓ ପ୍ରବୀଣ ଦାସଙ୍କ ତତ୍ୱାବଧାନ ଏବଂ ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସ ଓ ଉପ ସଭାପତି ମନୋରଞ୍ଜନ ଦଳାଇଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପ୍ରେସ କ୍ଳବ ସଦସ୍ୟ ଗଣେଶ ପ୍ରସାଦ ପାତ୍ର,ଧନୁ କୁସୁଲିଆ, ମୁନିଗୁଡା ବ୍ଲକ ଅଧ୍ୟକ୍ଷା ଦୁଃଖିନି ନୁଣ୍ଡ୍ରୁକା, ବିଜେପି ମଣ୍ଡଳ ସଭାପତି ସୁବାସ ଗୌଡ଼, ବିଜେପି ବିଧାୟକ ପାର୍ଥି ଜଗନ୍ନାଥ ନୁଣ୍ଡ୍ରୁକା,ପରିବେଶବିତ ଗୌରାଙ୍ଗ ଚରଣ ରାଉତ ପ୍ରମୁଖ ସମେତ ଅନ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ବାଇଣିବସା,ଲଦପଙ୍ଗା, ନୂଆଗାଁ ସହ ବିଭିନ୍ନ ସ୍ଥାନରେ ନିମ୍ବ,ବଉଳ, କୃଷ୍ଣଚୂଡ଼ା, ଆମ୍ବ,କାଜୁ,ପିସ୍ତା ବାଦାମ ସହ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ l ଏହି ଅବସରରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ଏଠାରେ ରୋପଣ କରାଯାଇଥିବା ଚାରା ଗୁଡିକୁ ଠିକ ଭାବେ ରକ୍ଷଣ ବ୍ୟକ୍ଷଣ କରିବାକୁ ଅନୁରୋଧ କରିବା ସହ ଜଙ୍ଗଲ କ୍ଷୟ, ମୃତ୍ତିକା ସଂରକ୍ଷଣ ସହ ଆଜିର ସମାଜରେ ବୃକ୍ଷ ରୋପଣ ଏକ ମହତ୍ତ୍ଵ ପୁର୍ଣ୍ଣ ଏହା ଦ୍ୱାରା ପରିବେଶ ସୁରକ୍ଷା ପାଇଁ ସମସ୍ତେ ଘର ଜମି, ରାସ୍ତା କଡରେ ଗଛ ଲଗାଇବା ପରିବେଶ ସୁରକ୍ଷା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ l ପୂର୍ବରୁ ବନାଞ୍ଚଳର ୪୬ ଟି ଗ୍ରାମ ପଞ୍ଚାୟତ କୁ ୨୩ ହଜାର ଚାରା ଯୋଗାଇ ଦିଆ ଯାଇଥିବା ବେଳେ ବନାଞ୍ଚଳ ଅନ୍ତର୍ଗତ ବଡ ଢାଣ୍ଡରା, ବାଇନି ବସା,ଦେଓକୁପୁଲି,ପିସ୍କାପଙ୍ଗା, ଡୁମୁରୁନେଲି,ପାଟନା,ଦାରୁକଣା, ଗଙ୍ଗରପଡ଼ା,ଦଣ୍ଡପଡ଼ା,ଥୁଆପାଡ଼ି , ଡିମିରିଗୁଡା,କେଉଡତୋଳା ଆଦି୧୨ ଟି ସ୍ଥାନରେ ୧୧,୫୦୦ ବିଭିନ୍ନ କିସମର ଚାରା ରୋପଣ କରାଯାଇଛି ବୋଲି ରେଞ୍ଜର ସୂଚନା ଦେଇଥିଲେ l ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବନପାଳ ପ୍ରମୋଦିନି ମାଣ୍ଡାଙ୍ଗୀ, ରୋନିତ୍ ମହାରଣା,ମାଝୀ ମହାପାତ୍ର,ହେମ ଚରଣ ବେହେରା,ଗିରି ପ୍ରଧନୀ,ରଞ୍ଜିତ ଶ୍ରୀରାମ,ସୁଜାତା ସୁନାମୁଦି,ଅଶ୍ଵିନୀ ଜରକରିୟା,ନମିତା ବିଡ଼ିକା,ପ୍ରଳୟ ଦଣ୍ଡସେନା,ବିଶ୍ୱଜିତ୍ ମହାରଣା, ଅରୁନ୍ଧତୀ ମୁଟୁକା,ସୁବାସ ଶବର,ଶର୍ମିଷ୍ଠା ବଡଜେନା,ପ୍ରଭାତ ବେହେରା,ସହଭାଗୀ ସଂଗଠନ ଟିମ୍ ଲିଡର ବିଘ୍ନରାଜ ମିଶ୍ର,ସୁଧୀର କୁମାର ବାରିକ,ରମାକାନ୍ତ ଦାସ,ଡିଇଓ ହରଦୀପ ଦାସ,ଦିବ୍ୟାନି ରାୟ,ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ