ବିଶ୍ଵ ତାରିଣୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଛେନାପଦି ଛକ ସ୍ଥିତ ମା’ବିଶ୍ଵ ତାରିଣୀ ଯୁକ୍ତତିନି ମହିଳା ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।  କଲେଜର ଅଧ୍ୟକ୍ଷ ପ୍ରସାନ୍ତ କୁମାର ପହିଙ୍କ ସଂଯୋଜନାରେ  ମହାବିଦ୍ୟାଳୟର ଛାତ୍ରୀ ମାନେ ଭାରତ ମାତାର ଜୟଗାନ କରି ତ୍ରିରଙ୍ଗା ପତାକା ସହ ଛେନାପଦି ବଜାର ପରିକ୍ରମା କରି ଲୋକଙ୍କୁ ଜାତୀୟତାର ସଚେତନ କରାଇଥିଲେ। ଏଥିରେ ଝରଣା ନନ୍ଦ, ଲିଜାରାଣି ସାହୁ, ଲିପିକା ଜେନା, ମନମୋହିନୀ ମହାପାତ୍ର, ଭୂମିକା ବିଶ୍ଵାଳ, ସୁଶ୍ରୀ ଅନନ୍ୟ ସାହୁ, ଶ୍ରଦ୍ଧାଞ୍ଜଳୀ ସେନାପତି, ବୃନ୍ଦାବତୀ ଷଡ଼ଙ୍ଗୀ, ରଶ୍ମିତା ଜେନା, ଖୁସୁବୁ ସା, ସ୍ଥିତିପ୍ରଜ୍ଞା ଦାସ, ଅରୁନ୍ଧତୀ ସେନାପତିଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରୀ ସାମିଲ ହୋଇଥିଲେ। ଅଧ୍ୟାପକ ଭକ୍ତ ଚରଣ ସ୍ବାଇଁ, ନିରଞ୍ଜନ ଜେନା, ଅଭିରାମ ସାହୁ, ଝରଣା ବରାଳ, ବେଦମତୀ ନାୟକ, ପୂର୍ଣ୍ଣିମା ଦାଶ, ସୁବାସ ପାତ୍ର, ସଂଯୁକ୍ତା ଲେଙ୍କା, ମଧୁ ସୁଦନ ପାଢ଼ୀ, ଶେଷଦେବ ବିଶ୍ଵାଳ, ମଦନ ମୋହନ ଜେନା, ପର୍ଶୁରାମ ସା ପ୍ରମୁଖ ଯୋଗଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ