ରେମୁଣାରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା
ବାଲେଶ୍ବର(ସରୋଜ ପଣ୍ଡା): ଶନିବାର ଅପରାହ୍ନ ୪ ଘଟିକା ସମୟରେ ରେମୁଣା ମନ୍ଦିର ଛକ ନିକଟରୁ ରେମୁଣା ହାତିଆଗଣ୍ଡ ଛକ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ, ରେମୁଣା ତରଫରୁ ଏକ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଅପରେସନ ସିନ୍ଦୂରର ସଫଳତା ଏବଂ ଆମ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶୋଭାଯାତ୍ରାରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ରେମୁଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ରେମୁଣା ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟକାରୀ ଅଧିକାରୀ କମଳ ବିହାରୀ ଦାସ, ତହସିଲଦାର ଭର୍ତ୍ତହରି ଭୂୟାଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ଜେନା,ଜିଲ୍ଲା ଭାଜପା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ଭାଜପାର ପୂର୍ବତନ ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ନାରୀ ନେତ୍ରୀ ଶୋଭନା ମହାନ୍ତି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ରେମୁଣା ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ମାନସ କୁମାର ମହାନ୍ତି, ରଘୁନାଥ ପରିଡ଼ା, ବିବେକ ବିକାଶ ରାଉତ, ପ୍ରଫୁଲ୍ଲ ଦ୍ବିବେଦୀ, କାଉନସିଲର ଶିବ ଶଙ୍କର ରାୟ, ପୂର୍ବତନ ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା, ବିଭୂତି ରଞ୍ଜନ ସେନାପତି, ନିତୁନ କୁମାର ସାହା, ବିପିନ ମାରାଣ୍ଡି, କମଳାକାନ୍ତ ପ୍ରଧାନ, ଗଣେଶ୍ୱର ନାୟକ, ଜୟନ୍ତ ମଣ୍ଡଳ,ରବିତା ଦାସଙ୍କ ସମେତ ବହୁ SHG ମହିଳା ମାନେ ଯୋଗ ଦେଇ ସେନାର ଶୌର୍ଯ୍ୟ ଓ ପରାକ୍ରମ ପ୍ରତି ସମ୍ମାନ ଜଣାଇଥିଲେ