ଟ୍ରାକ୍ଟରକୁ ଧକ୍କା ଦେଲା ହାଇୱା: ଟ୍ରାକ୍ଟର ଓଲଟି ଭାଙ୍ଗିଲା ଦୋକାନ ଘର
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ଚଷା ଖଣ୍ଡ ଗାଁ ନିକଟରେ ଏକ ଦୁର୍ଘଟଣା ଘଟି ଗୋଟିଏ ଟ୍ରାକ୍ଟର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ଦୋକାନ ଘର ଭାଙ୍ଗି ଯାଇଥିବା ଜଣା ଯାଇଛି। ସୂଚନାରୁ ଜଣାଯାଇଛି ଯେ ଚଷାଖଣ୍ଡ ସ୍କୁଲ ପାଖରେ ଏକ ଟ୍ରାକ୍ଟର ଖରାପ ହୋଇ ଠିଆ ହୋଇଥିଲା। ବାଲି ଘାଟକୁ ଯାଉଥିବା ଏକ ହାଇୱା ଗାଡିକୁ ବୁଲାଇ ନପାରି ପିଛା କରିବା ସମୟରେ ଟ୍ରକ୍ତରକୁ ଧକ୍କା ଦେଇଥିଲା। ଫଳରେ ଟ୍ରାକ୍ଟର ଟି ପାଖରେ ଥିବା ଏକ ଦୋକାନ ଘର ଉପରେ ଚଡ଼ିଯିବାରୁ ଦୋକନଟି ଭାଙ୍ଗି ଯାଇଛି। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିବା ଜଣାପଡ଼ିଛି।


