ଗଜପତିରେ ବାରହା ଉପଦ୍ରଵ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ବାରହା ଉପଦ୍ରବ ଯୋଗୁଁ ଚାଷୀମାନଙ୍କ ନିଦ ହଜି ଗଲାଣି. ବିଶେଷକରି ଗୋଷଣୀ ବ୍ଲକରେ ଦଳ ଦଳ ଵାରହା ଚାଷ ଜମିକୁ ଆସି ଧାନ ଫସଲକୁ ଖାଇ ଦେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି. ଧାନ ଫସଲକୁ ରକ୍ଷା କରିବା ପାଇଁ ଚାଷୀମାନେ ଦିବା ରାତ୍ରି ପହରା ଦେବାକୁ ବାଧ୍ୟ ହେଉଥିବା ଜଣାଇଛନ୍ତି. ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଜଙ୍ଗଲପାଡୁ, ବଡ଼ ଗୋଷାଣି, ଗୁରାଣ୍ଡି ଆଦି ପଞ୍ଚାୟତର ଚାଷୀ ପାଚିଲା ଧାନକ୍ଷେତରେ ବାରହା ଉପଦ୍ରବ ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି। ପ୍ରାୟ ୬ ବର୍ଷ ହେଲା ଉତ୍ତରଛେଲି, ବଡ଼ନୀଳାପୁର, ଗୁରାଣ୍ଡି, ଇଂଲିଶପେଣ୍ଠ, ଗୋଲାଗାଁ, ମହାଦେଈପୁର, ଜଙ୍ଗଲପାଡ଼ୁ ଆଦି ଗ୍ରାମ ଅଞ୍ଚଳରେ ବାରହା ଉପଦ୍ରବ ଲାଗି ରହିଛି। ଶତାଧୂକ ସଂଖ୍ୟାରେ ବାରହା ନିକଟସ୍ଥ ଦୁର୍ଗାମା ପାହାଡ଼ରୁ ଆସି ଧାନ ଫସଲ ନଷ୍ଟ କରୁଛନ୍ତି. ଏହା ଵାରହା ଉତ୍ପାତ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଚଳିତ ବର୍ଷ ଭଲ ଅମଳର ଆଶା ରଖୁଥ‌ିବା ବେଳେ ଏବେ ବାରହା ଚିନ୍ତା ଘାରିଛି ଚାଷୀଙ୍କୁ। ରାତିରେ ଚାଷୀମାନେ ବାର୍‌ହା ଘଉଡ଼ାଇବା ପାଇଁ ବାଜା ଓ ବାଣ ଧରି ଜଗି ରହୁଛନ୍ତି। ତା’ ସହିତ ବିକଟାଳ ଶବ୍ଦ, ବାଘ ଗର୍ଜନ ସାଉଣ୍ଡ ରେକର୍ଡିଂ କରି ମାଇକ୍ ବଜାଉଛନ୍ତି। ରାତି ଅନିଦ୍ରା ଯୋଗୁଁ ଦିନ ସମୟରେ ଧାନ କ୍ଷେତକୁ ପହରା ଦେବା ସମ୍ଭବ ହୋଇପାରୁନି। ଦିନରେ ଖରାବେଳେ ଚାଷଜମି ଗୁଡିକ ଜନ ଶୂନ୍ୟ ହେବା ବେଳେ ଏହାର ସୁଯୋଗ ନେଇ ବାରହା ଦିନରେ ଧାନ କ୍ଷେତରେ ପଶି ପାଚିଲା ଧାନକୁ ଖାଇ ଯାଉଛନ୍ତି. ଗଜପତି ପ୍ରଶାସନ, ବନ ବିଭାଗ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ