କ୍ଷତ୍ରିୟ ଖଣ୍ଡାୟତ ମହାସଙ୍ଘର ଦୁଇ ବ୍ଲକ ସଭାପତି ନିଯୁକ୍ତ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଙ୍ଘ ଗରଦପୁର ବ୍ଲକ ସଭାପତି ଭାବେ ନରୋତ୍ତମ ପରିଡ଼ା ଏବଂ ପଟାମୁଣ୍ଡାଇ ବ୍ଲକ ସଭାପତି ଭାବେ ନିରଞ୍ଜନ ସୁନ୍ଦରରାୟଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ମହାସଙ୍ଘକୁ ଜିଲ୍ଲାରେ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ସଭାପତି ଶରତ କୁମାର ବେହୁରା ସେମାନଙ୍କୁ ମନୋନୀତ କରିଛନ୍ତି। ଗରଦପୁର ବ୍ଲକ ଓ ପଟାମୁଣ୍ଡାଇ ବ୍ଲକରେ ସଂଗଠନ କିପରି ମଜଭୁତ ହୋଇପାରିବ ସେଥିପାଇଁ ଉଭୟ ସଭାପତି ସାଂଗଠନିକ କାର୍ଯ୍ୟକୁ ଆଗେଇ ନେବେ ବୋଲି ଜିଲ୍ଲା ସଭାପତି ଶ୍ରୀ ବେହୁରା ଗଭୀର ଆଶାବ୍ୟକ୍ତ କରିଛନ୍ତି। ନବ ନିଯୁକ୍ତ ବ୍ଲକ ସଭାପତି ଦ୍ୱୟଙ୍କୁ ସଂଗଠନ ପକ୍ଷରୁ ସାଧାରଣ ସଂପାଦକ ସୁମନ୍ତ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ଗୋଲଖ ଚନ୍ଦ୍ର ପଢିଆରୀ, ଚନ୍ଦନ ପରିଡା, ସୁଶିଲ ସାମଲ, ସଂଗ୍ରାମ ଜେନା, ତରୁଣ ପ୍ରଧାନ, ସୁକାନ୍ତ ରାଉତ, ପୀତବାସ ବେହେରା, ଭାଗିରଥି ଜେନା, ଧନେଶ୍ୱର ରାଉତ, ରାଜ୍ୟ ଆବାହକ ସୁଧାଂଶୁ ବେହୁରା, ରଞ୍ଜନ କୁମାର ନାୟକ, ରାଜେନ୍ଦ୍ର ରାଉତରାୟ, ଡ. ଚୈତନ୍ୟ ଚରଣ ପରିଡା, ରାଜକିଶୋର ମହାନ୍ତି, ଗୋଲଖ ଚନ୍ଦ୍ର ପରିଡା, ଅଶୋକ ନାୟକ,ଚିତ୍ତରଞ୍ଜନ ବଳ, କଳ୍ପନା ଲେଙ୍କା, କାମିନୀ ଜେନା, ମଞ୍ଜୁଲତା ସାମଲ, ବୀଣାପାଣି ରାଉତ ଓ ତମସା ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇ ଅଛନ୍ତି।


