ଅଗ୍ନିକାଣ୍ଡ ଘଟି ୨ ବଖରା ଭସ୍ମିଭୂତ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅଧୀନ ନୂଆଗାଁ ପଂଚାୟତ ରାଉତପଡା ଗ୍ରାମରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୨ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି। ଏହି ଗ୍ରାମର ଶଶିଭୂଷଣ ମହାନ୍ତିଙ୍କ ପତ୍ନୀ ମଧ୍ୟାହ୍ନ ସମୟରେ ରାଷେଇ କରୁଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ଏଥିରେ ୨ ବଖରା ଘର ସଂପୂର୍ଣ୍ଣ ପୋଡି ଯାଇଥିଲା। ସ୍ଥାନୀୟ ଲୋକ ନିଆଁକୁ ଆୟତ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ଆୟତ କରିପାରିନଥିଲେ। ଫଳରେ ନାଉଗାଁ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା। ତେଣୁ ଅଗ୍ନି ବିପନ୍ନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏବିଷୟରେ ତହସିଲଦାର ଅକ୍ଷୟ କୁମାର ବଡୁଙ୍କୁ ପଚାରିବାରେ ତଦନ୍ତ ରିପୋର୍ଟ ଆସିବା ପରେ ସରକାରଙ୍କ ନିୟମାନୁସାରେ ସହାୟତା ଯୋଗଇ ଦିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ