୨ ବାଲି ବୋଝେଇ ହାଇୱା ଓ ଟ୍ରାକ୍ଟର ଜବତ
ହାଟଡିହି/ ଆନନ୍ଦପୁର (ଓ୍ବାଇଏନଏସ): ବେଆଇନ ବାଲି କାରବାରରେ ରୋକ ଲଗାଇବା ପାଇଁ ପୋଲିସ ଜୋରଦାର ଧରପଗଡ଼ ଚଳାଇଛି।ଗତକାଲି ରାତିରେ ଆନନ୍ଦପୁର ଏସଡିପିଓଙ୍କ ନିର୍ଦେଶରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସୋସୋ ଥାନା ପୋଲିସ ବିଳମ୍ବିତ ରାତିରେ ବେଆଇନ ଭାବେ ବାଲି ପରିବହନ କରୁଥିବା ୨ଟି ବାଲି ବୋଝେଇ ହାଇୱାକୁ ଜବତ କରିଛି। ଏହି ବାଲି ବୋଝେଇ ଗାଡି ଗୁଡିକ ବୈତରଣୀ ନଦୀରୁ ବାଲି ବୋଝେଇ କରି ଯାଉଥିବା ବେଳେ ପୋଲିସ ଅଟକାଇ ବାଲି ପରିବହନ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିଥିଲା। କିନ୍ତୁ ଡ୍ରାଇଭର ମାନେ କୌଣସି ବୈଧ କାଗଜ ପତ୍ର ଦେଖାଇ ପାରିନଥିଲେ। ଫଳରେ ବାଲି ବୋଝେଇ ଗାଡି ଗୁଡ଼ିକୁ ଜବତ କରାଯାଇଥିବା ଥାନା ଅଧିକାରୀଣୀ ସୂଚନା ଦେଇଛନ୍ତି। ଜବଦ ଗାଡି ଗୁଡିକୁ ସୋସୋ ଥାନାକୁ ଅଣା ଯାଇଛି। ସେହିପରି ଦୁଇଟି ଟ୍ରାକ୍ଟର ବାଲି ବୋଝେଇ କରି ଯାଉଥିବା ବେଳେ ଆନନ୍ଦପୁର ପୋଲିସ ଟ୍ରାକ୍ଟର ଦୁଇଟିକୁ ଗୁଡିକୁ ଜବତ କରିଛି l ଏନେଇ ସୋସୋ ଏବଂ ଆନନ୍ଦପୁର ଥାନାରେ ମାମଲା ରୁଜୁ ହୋଇଥିବା ଜଣା ଯାଇଛି।


