ମୁନିଗୁଡାର ଦୁଇ ଛାତ୍ର ଓଡିଶା ପାଇଁ ଆଣି ଦେଇଛନ୍ତି ଗର୍ବ :କବାଡି ପ୍ରତିଯୋଗିତାରେ ଚମ୍ପିୟାନ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଘରୋଇ ଡୋନବାସ୍କ ସ୍କୁଲରେ ଅଧ୍ୟୟନ ଦୁଇ ଛାତ୍ର ସିଦ୍ଧାର୍ଥ କୁମାର ପରିଛା ଓ ଷ୍ଟିଫେନ ବସ୍ତରାୟ ଉତ୍ତରାଖଣ୍ଡ ହରିଦ୍ୱାର ଠାରେ ୧୪ ବର୍ଷରୁ କମ ବୟସ ଅଲମ୍ପିକର କବାଡି ଚମ୍ପିୟାନ ହୋଇ ଓଡିଶା ପାଇଁ ଗର୍ବ ଆଣି ଦେଇଥିବା ସହ କ୍ରୀଡା କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ବେଳେ ବିଦ୍ୟାଳୟର ମଧ୍ୟ ନାମକୁ ଉଚ୍ଚ ସ୍ତରରେ ପହଞ୍ଚାଇ ଥିବା ଜଣାପଡିଛି l ସୂଚନା ଯେ ମୁନିଗୁଡାର ଦୁଇ ଛାତ୍ର ଅଲମ୍ପିକର କବାଡି ପ୍ରତିଯୋଗିତାରେ ଉତ୍ତରାଖଣ୍ଡ ହରିଦ୍ୱାର ଠାରେ ୧୪ ବର୍ଷରୁ କମବୟସ ସିଆଇଏସସିଇ ଜାତୀୟ କବାଡି ପ୍ରତିଯୋଗିତାରେ ଭାଗ ନେଇ ଓଡିଶା ପାଇଁ ଚମ୍ପିୟାନ ହୋଇଛନ୍ତି l ଯାହାକୁ ନେଇ ଏବେ ମୁନିଗୁଡା ତଥା ଆଖପାଖ ଅଞ୍ଚଳରେ ଦୁଇ ଜଣଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି l ଏହି ସଫଳତକୁ ନେଇ ତାଙ୍କୁ ବିଦ୍ୟାଳୟ ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ ଦିଆଯାଇଛି। ସିଆଇଏସସିଇ ଜାତୀୟ କବାଡି ପ୍ରତିଯୋଗିତାରେ ଓଡିଶାକୁ ପ୍ରତିନିଧିତ୍ୱ କରି ପାଞ୍ଚଟି ରାଜ୍ୟର ପ୍ରତିଯୋଗୀଙ୍କ ସହ ଖେଳି ବିଜୟ ଲାଭ କରିଥିବା ବେଳେ ଉତ୍ତର ପ୍ରଦେଶକୁ ଫାଇନାଲରେ ପରାଜୟ କରି ଚମ୍ପିୟାନ ହେବା ସହ ସ୍ଵର୍ଣ ପଦକ ଲାଭ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟରେ ଅଧକ୍ଷ ଫାଦର ନରେଶଙ୍କ ପୌରହିତ୍ୟ ଓ ଅଧ୍ୟାପିକା ସବିତା ନାୟକଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଦୁଇ ଛାତ୍ରଙ୍କୁ ଉତ୍ତରୀୟ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧନା କରାଯଇଛି l ଏହି କାର୍ଯ୍ୟକ୍ରମରେ ଅଭିଭାବକ ଗଣେଶ ପାତ୍ର, ପରେଶ ପରିଛା,ସୁଷମା ବସ୍ତରାଏ,ସମ୍ପାଦକ ଭିଲାସ, ଶିକ୍ଷକ ରାଜେଶ୍ବର ପାଣି,ଅନୁପ୍ ଗୈଡ, ମନୋଜ ସେନାପତି,ଶିକ୍ଷୟିତ୍ରୀ ଅର୍ଚ୍ଚନା ମହାରଣା,ସବିତା ନାୟକ,ଜି.ଗୌରୀ, ଦିପ୍ତିମୟୀ ଦାଶଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଦୁଇ ଛାତ୍ରଙ୍କୁ ଉତ୍ସାହିତ କରିବା ସହ ଜାତୀୟ ସ୍ତରରେ କୃତିତ୍ୱ ସହ ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଥିବାରୁ ଦୁଇ ଛାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଆଗାମୀ ଦିନରେ ବୋର୍ଡ ସ୍ଥରୀୟ ଏସଜିଏଫଆଇ ପ୍ରତିଯୋଗିତା ପାଇଁ ଶୁଭକାମନା ଦିଆ ଯାଇଛି। ଅନ୍ୟପଟେ ଆଗାମୀ ଦିନରେ ଛତିଶଗଡ ଠାରେ ଏସଜିଏଫଆଇ ଜାତୀୟ ବୋର୍ଡ ସ୍ଥରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ନିଜ ସ୍କୁଲ,ରାଜ୍ୟ ଦେଶ ପାଇଁ ସୁନାମ ଆଣିବାକୁ ଆଶା ରଖିଛନ୍ତି ବୋଲି ଦୁଇ ଛାତ୍ର ସିଦ୍ଧାର୍ଥ କୁମାର ପରିଛା ଓ ଷ୍ଟିଫେନ ବସ୍ତରାୟ ପ୍ରକାଶ କରିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ