ରେଳ ଲାଇନରେ ପଥର ପଡି ଅଟକିଲା ଦୁଇ ଟ୍ରେନ, ଯାତ୍ରୀ ହୀନସ୍ତା

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ଗଭୀର ଅବପାତ ଓ ଲଗାଣ ବର୍ଷା ଯୋଗୁଁ କେଉଟ ଗୁଡା ଶିକର ପାଇ ଷ୍ଟେସନ୍ ମଧ୍ଯରେ ଭୁସ୍ଖଳନ ଘଟି କୋରାପୁଟ-ରାୟଗଡ଼ା ରେଳପଥରେ ଦୀର୍ଘ ୩ ଘଣ୍ଟା ଧରି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ବିଭାଗ ପକ୍ଷରୁ ତୁରନ୍ତ ଟ୍ରାକରୁ ପଥର ସଫା କରାଯିବା ପରେ ସ୍ଥିତି ସ୍ବାଭାବିକ ହେବ ବୋଲି ଜଣା ପଡିଛି । ତେବେ କିଛି ସ୍ଥାନରେ ଟ୍ରାକ୍ ଉପରେ ପାଣି ଜମି ରହିଥ‌ିବାରୁ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଗତ ଦୁଇ ଦିନ ଧରି ଲାଗି ରହିଥ‌ିବା ଲଗାଣ ବର୍ଷା ଯୋଗୁଁ  ପ୍ରବଳ ବର୍ଷା କାରଣରୁ ରେଳ ଚଳାଚଳ ଉପରେ ବ୍ୟାପକ ପ୍ରଭାବ ପଡ଼ିଛି। ଆଜି ଭୋର ୫ ଟା ସମୟରେ ପୁଣି ପଥର ପଡି ରେଳ ଚଳାଚଳ କିଛିକାଂଶରେ ବାଧାପ୍ରାପ୍ତ ହୋଇଥିବା ଖୂବାକୁ ମିଳିଛି। ବଡ଼ ବଡ଼ ପଥର ପଡିଯିବାରୁ ଭୁବନେଶ୍ୱର ଜଗଦଲପୁର ହୀରାଖଣ୍ଡ କେଉଟ ଗୁଡା ଠାରେ ଅଟକି ଥିବା ବେଳେ ରାଉରକେଲା ଶିକରପାଇ ଠାରେ ଅଟକିଥିବା ଦେଖିବାକୁ ମିଳିଛି।ଶିକର ପାଇ ୧୪୦/୪ ନିକଟରେ ପଥର ପଡିଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଫଳରେ ଯାତ୍ରୀ ହଇରାଣ ହେବାକୁ ପଡୁଛି। ରେଳ ବିଭାଗ ପକ୍ଷରୁ ଜୋର ଦାର କାର୍ଯ୍ୟ ଆରମ୍ବ ହୋଇ ଯାଇଥିବାରୁ କିଛି ସମୟ ପରେ ରେଳ ଚଳା ଚଳ ସ୍ୱଭାବିକ ହେବ ବୋଲି ଜଣା ପଡିଛି। ଗତ କାଲି ଭୁସ୍ଖଳନ ଘଟି ଗତକାଲି ଲେଲିଗୁମା ଓ ରାଉଳି ଷ୍ଟେସନ୍ ମଧ୍ୟରେ ଥ‌ିବା  ଟନେଲ ନମ୍ବର-୩ ନିକ ନିକଟରେ ରେଳ ଧାରଣା ଉପରକୁ ମାଟି ଅତଡା କହିଥିବାରୁ କୋରାପୁଟ-ରାୟଗଡ଼ା ବନ୍ଦ ରହିଥୂଲା। ଫଳରେ କୋରାପୁଟ(କେ ଆର )ରେଳପ‌ଥରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ର ସୂଚନା ଅନୁଯାୟୀ,ଗତକାଲି ସକାଳ ପ୍ରାୟ ୧୦:୩୦ ସମୟରେ ଏହି ଭୁସ୍ଖଳନ ଘଟିଥିଲା। ଯାହାଫଳରେ ଏହି ରେଳପଥରେ ଦୀର୍ଘ ୩ ଘଣ୍ଟା ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ରାୟଗଡ଼ାରୁ ରେଳ ବିଭାଗର ଏକ ସ୍ବତନ୍ତ୍ର ବୈଷୟିକ ଟିମ୍ ତୁରନ୍ତି ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତରେ ରେଳ ଧାରଣାରୁ ମାଟି ହଟାଇବା କାର୍ଯ୍ୟ ଆରମ୍ଭକରିଥିଲେ ଓ ସ୍ୱଭାବିକ ହୋଇଥିଲା। ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ରେଳ ଟ୍ରାକ୍ ଉପରୁ ସମସ୍ତ ମାଟି ସଫା ହେବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ଲଗାଣ ବର୍ଷା ଜାରି ରହିଥ‌ିବାରୁ କିଛି ସ୍ଥାନରେ ରେଳ ଧାରଣା ଉପରେ ବର୍ଷା ପାଣି ପ୍ରବାହିତ ହେଉଥ‌ିବା ଦେଖୁବାକୁ ମିଳିଥିଲା। ଫଳରେ ପୁନର୍ବାର ଏହି ରେଳପଥ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି। ମୁଖ୍ୟତଃ ଲେଲିଗୁମା, ରାଉଳି, ସିଙ୍ଗାରାମ ଓ ଭାଲୁମସ୍କା ଷ୍ଟେସନ ନିକଟରେ ଟ୍ରାକ ଉପରେ ପାଣି ଜମି ରହିଥ‌ିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ