ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା ଘଟଣା: ପ୍ରଶାସନିକ ତଦନ୍ତ ଆରମ୍ଭ, ଲଙ୍ଗଳ ଜୁଆଳି ଜବତ ଓ ୬ରୁ ଅଧକ ଲୋକଙ୍କ ନାମରେ ମାମଲା

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ)ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ କଞ୍ଜାମଯୋଡି ଗ୍ରାମରେ ପ୍ରେମୀ ଯୁଗଳଙ୍କୁ ବଳଦ କରି ଜମି ଚାଷ କରେଇବା ଏବଂ ବେତ୍ରାଘାତ କରିବା ଭଳି ଘଟଣା କଙ୍ଗାରୁକୋର୍ଟ ରେ ଗ୍ରାମବାସୀଙ୍କ  ଦ୍ୱାରା ନିର୍ଯ୍ୟାତନା ଦିଆ ଯିବା ଘଟଣାରେ ମୁହଁ ଖୋଲିଛି ପ୍ରଶାସନ । ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ନିନ୍ଦା କରିବା ସହ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାୟଗଡା ଉପଜିଲ୍ଲାପାଳ । ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ହେବ । ଏହି ଟିମ୍ ରେ କଲ୍ୟାଣସିଂହପୁର ବିଡିଓ,ତହସିଲଦାର,ସିଡିପିଓ ଓ ସମାଜ ମଙ୍ଗଳ ଅଧିକାରୀ କଞ୍ଜାମଯୋଡି ଗ୍ରାମକୁ ଯାଇ ତଦନ୍ତ କରିବେ ଏବଂ ତଦନ୍ତ ପରେ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତକାଲି ପୋଲିସ ଉକ୍ତ ଗରକୁ ଯାଇ ଘଟଣାର ତଦନ୍ତ କରିବା ସହ ଛଅ ଜଣରୁ ଅଧିକ ଲୋକଙ୍କ ନାମରେ କେଶ ରୁଜୁ କରି ପ୍ରେମୀ ଯୁଗଳଙ୍କ କାନ୍ଧରେ ପଡ଼ିଥିବା ଜୁଆଳି ଓ ଲଙ୍ଗଳକୁ ଜବତ କରିଛି ପୋଲିସ। ଆଜି ଥାନା ଅଧିକାରୀ ନୀଳକଣ୍ଠ ବେହେରା ଓ କର୍ମଚାରୀ ମାନର କଂଜାମଯୋଡି ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ବିଭିନ୍ନ ବିଷୟରେ ବୁଝାସୁଝା କରିଥିଲେ। ପରେ ଗ୍ରାମବାସୀ କୌଣସି ମାଧ୍ୟମରେ ପ୍ରେମୀ ଯୁଗଳଙ୍କୁ ଗ୍ରାମକୁ ଆସିବା ପାଇଁ କହିବାରୁ ଉଭୟ ଗ୍ରାମକୁ ଆସି ନିଜ ଘରେ ରହିଛନ୍ତି। ପୀୟୁସି ଓ ପୁତୁରାଙ୍କ ମଧ୍ୟରେ ପ୍ରେମ ସଂପର୍କକୁ ବିରୋଧ କରି କିଛି ଦିନତଳେ  କଞ୍ଜାମଯୋଡି ଗ୍ରାମବାସୀ ଦୁଇ ପ୍ରେମୀ ଯୁଗଳକୁ ଅକଥନୀୟ ନିର୍ଯ୍ୟାତନା ଦେବା ସହ ବେକରେ ଲଙ୍ଗଳ ଲଗାଇ ଜମିରେ ଚାଷ କରିଥିଲେ । ଯାହା ମାନବଅଧିକାରକୁ କ୍ଷୁର୍ଣ କରିଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ଉକ୍ତ ଗ୍ରାମର ଲୋକେ ଅତି ସାଧାରଣ ଭାବେ ଗ୍ରହଣ କରିଥିବା ବେଳେ ଏହା ଆମ ଆଦିବାସୀ ପରମ୍ପରା ବୋଲି ପ୍ରକାଶ କରିଥିଲେ । ଏଥିସହ ଏମିତି ହଳ ବୁଲାଇଲେ ଗାଁରେ କେବେ ବିପତ୍ତି ଆସିବ ନାହିଁ ଓ଼  ଭଲ ଫସଲ ହେବ ବୋଲି ମତ ଦେଇଥିଲେ । ତେବେ ଏହି ଘଟଣା ପ୍ରଥମେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ହେବା ପରେ ତଦନ୍ତ ନିର୍ଦେଶ ଦିଆଯାଇଛି ।  ଏହି ତଦନ୍ତକାରୀ ଟିମ୍ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରିବେ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନାରୁ ଜଣାପଡିଛି ଗତକାଲି କଲ୍ୟାଣସିଂହପୁର ପୁଲିସ କଂଜାମଯୋଡି ଗ୍ରାମକୁ ଯାଇ ଘଟଣା ର ତଦନ୍ତ କରିଛି I ପୁଲିସର ପ୍ରାରମ୍ଭିକ ସୂତ୍ରରୁ ଜଣାଯାଇଛି ୬ ଜଣଙ୍କ ନାମ ସହ ଅନ୍ୟ କିଛି ଲୋକଙ୍କ ନାମରେ କେଶ ରୁଜୁ ହୋଇଛି I ଏହା ସହ ପ୍ରେମୀ ଯୁଗଳଙ୍କ  ନେଇ ପୁଲିସ ଓ ପ୍ରଶାସନ ଛାନଭିନ ଆରମ୍ଭ କରିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ