ନୂଆଗାଁ ଠାରେ ଉତ୍କଳ ଦିବସ ପାଳିତ
ହାଟଡିହି (ଓ୍ବାଇଏନଏସ): ବାଲିବରେଇ ପଞ୍ଚାୟତ କାଦମ୍ବିନୀ କଲ୍ୟାଣ ମଣ୍ଡପ ନୂଆଗାଁ ଠାରେ ୯୦ତମ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ‘ସାଳନ୍ଦୀ ସାହିତ୍ୟ ସଂସଦ’ ଓ ‘ସେନା’ ସଂଗଠନର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ ରାମଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ତଥା ଶିଳ୍ପପତି ଅଶୋକ ରାଉତ, ସମ୍ମାନିତ ବକ୍ତା ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୁଲ୍ୟ କୁମାର ମିଶ୍ର, ଯୋଗଦେଇ ଭାଷା ଭିତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ର ମାନଙ୍କର ଭୂମିକା ଉପରେ ସ୍ମୃତିଚାରଣ କରିବା ସହ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ। ହାଟଡିହି ସମ୍ବାଦ ସାହିତ୍ୟଘର ର ସଭାପତି ଅନ୍ତର୍ଯ୍ୟାମୀ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଗୌରାଙ୍ଗ ଚରଣ ରାଉତ, ପିତାମ୍ବର ପଣ୍ଡା, ନିତ୍ୟାନନ୍ଦ ବିଶ୍ୱାଳ, ଶଶୀଭୁଷଣ ପୁହାଣ, ବିଜୟ କୁମାର ଜେନା, ପ୍ରଶାନ୍ତ କୁମାର ବେହେରା, ସତ୍ୟ ନାରାୟଣ ଜେନା, ପ୍ରଫୁଲ୍ଲ କୁମାର ମଲ୍ଲିକ, ବସନ୍ତ କୁମାର ରାଉତଙ୍କ ସମେତ ଅନେକ ଶିକ୍ଷାବିତ, ବୁଦ୍ଧିଜୀବୀ ଯୋଗଦେଇଥିଲେ।


