ନାଉଗାଁରେ ଉତ୍କଳ ଗୋପାଳ ସମାଜ ତରଫରୁ କାଠି ନଉଡ଼ି ଖେଳ ଅନୁଷ୍ଠିତ
ନାଉଗାଁ , (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚୟତ ରାଉତପଡା ଗ୍ରାମର ବାଳ ମୁକୁଳେଇ ପୀଠରେ ଉତ୍କଳ ଗୋପାଳ ସମାଜ, ନାଉଗାଁ ଶାଖା ତରଫରୁ କାଠି ନଉଡ଼ି ଖେଳ ଶନିବାର ସନ୍ଧ୍ୟାରେ ଆୟୋଜନ କରାଯାଇଥିଲା | ଏଥିରେ ଉତ୍କଳ ଗୋପାଳ ସମାଜ, ନାଉଗାଁ ଶାଖାର ବ୍ଲକ ସଭାପତି ତାପସ ଗୁରୁ , ଜିଲ୍ଲା ସଭାପତି ପ୍ରହଲ୍ଲାଦ ପଣ୍ଡା , ଜିଲ୍ଲା ଉପସଭାପତି ନବକିଶୋର ବେହେରା , ଜିଲ୍ଲା ଉପଦେଷ୍ଟା କୈଳାସ ଚନ୍ଦ୍ର ଦାସ ଯୋଗ ଦେଇ ଥିଲେ | ଏଥିରେ ବାଲିକୁଦାର ନରଣପୁର ଓ ଇଚ୍ଛାପୁର ଏବଂ ନାଉଗାଁ ଶିଖରର କାଠି ନଉଡ଼ି କଳାକାରମାନେ ଭାଗ ନେଇଥିଲେ | ଏହି କାର୍ଯ୍ୟକ୍ରମରେ ମାନସ ଗୁରୁ , ରବୀନ୍ଦ୍ର ଦାସ , ରାଜେନ୍ଦ୍ର ଦାସ, ଅକ୍ଷୟ ଦାସ, ସୁବାଷ ଦାସ , ବିନୟ ବାଣୁଆ, ବସନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ | କାଠି ଲଉଡ଼ି ଖେଳ ଦେଖିବା ପାଇଁ ଆଖ ପାଖରୁ ବହୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା |


