ରେମୁଣା ଗୋଲେଇ ଠାରେ ’ବନ୍ଦେ ମା ତରମ୍’ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ

ବାଲେଶ୍ବର(ସରୋଜ ପଣ୍ଡା):ରେମୁଣା ଗୋଲେଇ ଠାରେ ରେମୁଣା ବିଜେପି ପକ୍ଷରୁ “ବନ୍ଦେ ମା ତରମ୍” ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ରେମୁଣା ଅଞ୍ଚଳର ବରିଷ୍ଠ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶ୍ୟୁରାମ ପରିଡ଼ା, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଲମ୍ବୋଦର ପ୍ରଧାନ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସର୍ବପ୍ରଥମେ ସମସ୍ତେ ଏକ ସାଙ୍ଗରେ “ବନ୍ଦେ ମା ତରମ୍” ଗାନ କରିଥିଲେ। ପରେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମିଶ୍ର “ବନ୍ଦେ ମା ତରମ୍” ଗୀତାର ଆତ୍ମୀୟତା ଉପସ୍ଥିତ ଲୋକଙ୍କୁ କହିଥିଲେ। ସେ କହିଥିଲେ “ବନ୍ଦେ ମା ତରମ୍” ଗୀତକୁ ଗାନ କରି ସ୍ଵାଧୀନତା ସଂଗ୍ରାମର ବୀର ସନ୍ତାନ ମାନେ ଫାଶୀ ଖୁଣ୍ଟରେ ହସି ହସି ଜୀବନ ଉତ୍ସର୍ଗ କରିଥିଲେ। ଆଜି ଦିନରେ “ବନ୍ଦେ ମା ତରମ୍” ର ପ୍ରେରଣା ଏବଂ ଉତ୍ସାହ ଆମ ଭାରତୀୟ ମାନଙ୍କୁ ଉତ୍ସାହିତ କରୁଅଛି।  ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ଜିଲ୍ଲା ଉପସଭାପତି ମିନାକ୍ଷୀ ମହାପାତ୍ର, ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ବିବେକ ବିକାଶ ରାଉତ, ପ୍ରଫୁଲ୍ଲ ଦ୍ବିବେଦୀ, ମାନସ ମହାନ୍ତି,କାଉନସିଲର ହେମବତୀ ବେହେରା, ସରପଞ୍ଚ କବିତା ମହାନ୍ତି, ସୁବ୍ରତ ଦାସ, ପୂର୍ବତନ ସରପଂଚ କମଳା ବିନ୍ଧାଣି, ନାରୀ ନେତ୍ରୀ ରବିତା ଦାସ, ଜୟନ୍ତୀ ପାତ୍ର ଇତ୍ୟାଦି ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ