ବିଦ୍ୟାଭବନ ବିଦ୍ୟାଳୟର ବାର୍ଷିକ ଉତ୍ସବ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଝୁମ୍ପୁରା ବ୍ଲକ ବଡନେଉଳି ର ଖୁଦପଶି ଠାରେ ରହିଥିବା ବିଦ୍ୟାଭବନ ବିଦ୍ୟାଳୟ ର ୧୭ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ ର ପ୍ରାରମ୍ଭରେ ବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ଉତ୍କଳମଣି ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧି, ରାଧାନାଥ ରଥ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ମଞ୍ଚ ନିକଟରେ ଅତିଥି ମାନେ ମା ତାରିଣୀଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅତିଥି ମାନେ ମଞ୍ଚାସିନ ହେବା ପରେ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରିବା ପରେ ବିଦ୍ୟାଳୟ ର ପ୍ରତିଷ୍ଠାତା ମଳୟ ମିଶ୍ର ଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା। ବାର୍ଷିକ ଉତ୍ସବ ରେ ଅତିଥି ଭାବେ ଗୋନାସିକା ଟ୍ରଷ୍ଟ ର ସଂପାଦକ ରାଜକିଶୋର ଖଟେଇ,ଇଂ ସୁରେଶ ଚନ୍ଦ୍ର ଖଟେଇ, ସମାଜସେବୀ ରାଜଲକ୍ଷ୍ମୀ ସ୍ବାଇଁ, ସିନିୟର ଫଟୋଗ୍ରାଫର ଯୋଗେନ୍ଦ୍ର ମହାପାତ୍ର ଅବସରପ୍ରାପ୍ତ ଶିକ୍ଷକ ଅନ୍ତଯାର୍ମୀ ସାହୁ, ବିଦ୍ୟା ନିକେତନର କାଉଁରୀକଳା ର ସଂପାଦକ ଦୁର୍ଯ୍ୟୋଧନ ବାରିକ, ବିଦ୍ୟାଭବନ ର ସଂପାଦକ ଆଲୋକ କୁମାର ମିଶ୍ର,ରୋଟାରିଆନ ହରିହର ସାହୁ, ଅମରେନ୍ଦ୍ର ସାହୁ ସାମାଜିକ କର୍ମୀ ଭୀମସେନ ମହାନ୍ତ, ହରିଶ୍ଚନ୍ଦ୍ର ମହାନ୍ତ,ଜେଠୁରାମ ମହାକୁଡ଼, ଗଜେନ୍ଦ୍ର ମାଝୀ ପ୍ରମୁଖ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର। ଛାତ୍ର ଛାତ୍ରୀ ମାନଙ୍କୁ ପାଇଁ ଗୁରୁ ହିଁ ମାର୍ଗଦର୍ଶକ। ଛାତ୍ର ଛାତ୍ରୀ ମାନଙ୍କ ଉତ୍ତମ ଜ୍ଞାନ ପ୍ରଦାନ କରିବା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ। ଯେ କୌଣସି ବିଦ୍ୟା ହାସଲ କରି ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ହେଲେ ଗୁରୁ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ। ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ଉତ୍ସାହିତ କରିଥିଲେ। ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବାର୍ଷିକ ଉତ୍ସବ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ