ପ୍ରଧାନ ଶିକ୍ଷକଙ୍କୁ ବଦଳି କରିବା ପାଇଁ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଚଉଠିଆ ବାରୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅସ୍ଥାୟୀ ଭାବେ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଇ ଆସୁଥିବା ଶିକ୍ଷକ ଙ୍କୁ ବଦଳି ଦାବିରେ ବିଦ୍ୟାଳୟର ଫାଟକରେ ଗ୍ରାମବାସୀ ତାଲା ପକାଇ ଥିବା ଦେଖିବାକୁ ମିଳିଛି। ଚଉଠିଆ ବାରୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନଥିବାରୁ ମଲଦା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତ ଙ୍କୁ ଚଉଠିଆ- ବାରୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଥିଲେ ଜିଲା ଶିକ୍ଷା ଅଧିକାରୀ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରହିଥିବା ସ୍ଥିତି କୁ ଅନୁଧ୍ୟାନ କରିବା ସହିତ ବିଦ୍ୟାଳୟ ରେ ଶିକ୍ଷାର ଅଗ୍ରଗତି କରିବାକୁ ଲକ୍ଷ ନେଇ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଥିଲେ। କିନ୍ତୁ ଏଠାରେ ଅତିରିକ୍ତ ଦାୟିତ୍ବ ରେ ରହିଥିବା ପ୍ରଧାନ ଶିକ୍ଷକ ବିଦ୍ୟାଳୟ ର ସ୍ଥିତିକୁ ଖରାପ ଆଡ଼କୁ ଗତି କରାଉଛି ଯାହା ଫଳରେ ବିଦ୍ୟାଳୟ ପୂର୍ବ ଗୈରବ ନଷ୍ଟ ହେବାକୁ ଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କୁ ତୁରନ୍ତ ପୂର୍ବ ସ୍ଥାନ କୁ ଫେରାଇ ବା ପାଇଁ ସ୍ଥାନୀୟ ବାସିନ୍ଦା ପୂର୍ବରୁ ଜିଲା ଶିକ୍ଷା ଅଧିକାରୀ ଠାରୁ ଆରମ୍ଭ କରି ଜିଲାପାଳ କୁ ପ୍ରଦାନ କରିଥିଲେ। ଅଭିଯୋଗ ପାଇବା ପରେ ପ୍ରଶାସନ ତରଫରୁ ଅଭିଯୋଗ ର ସତ୍ୟାସତ୍ୟ ଜାଣିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟ କୁ ଯାଇ ତଦନ୍ତ କରି କରିବା ପରେ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ରିପୋର୍ଟ ଜିଲା ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ୧୩/୬/୨୦୨୭ରେ ଅକ୍ଷୟ କୁମାର ମହାନ୍ତ କୁ ମଲଦା ଉଚ୍ଚ ବିଦ୍ୟାଳୟ କୁ ଫେରି ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦାୟିତ୍ଵ ରେ ରହିଥିବା ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତ ଏଠାରେ ଦାୟିତ୍ଵ ଅନ୍ୟ ଶିକ୍ଷକ ଙ୍କୁ ପ୍ରଦାନ କରି ପୂର୍ବ ସ୍ଥାନ କୁ ଯାଉ ନ ଥିବାରୁ ଚଉଠିଆ ଗ୍ରାମବାସୀ ୩୦ ତାରିଖ ଦିନ ସକାଳ ୯ ଟାରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ଯାହା ଫଳରେ ପିଲା ଏବଂ ଶିକ୍ଷକ ବାହାରେ ଅପେକ୍ଷା କରିଥିଲେ। ଜିଲା ଶିକ୍ଷା ଅଧିକାରୀ ଉକ୍ତ ବିଦ୍ୟାଳୟରୁ ଅକ୍ଷୟ କୁମାର ମହାନ୍ତ କୁ ରିଲିଫ କରିବା ପରେ ଅପରାହ୍ନ ୧ ଟା ଗ୍ରାମବାସୀ ବିଦ୍ୟାଳୟ ଫାଟକରୁ ତାଲା ଖୋଲି ଥିଲେ। ବିଦ୍ୟାଳୟ ଖୋଲିବା ପରେ ପିଲାଙ୍କ ଶିକ୍ଷାଦାନ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି।