ସାଧୁଗୋସ୍ୱାମୀ ପୀଠରେ ଗାଁସାଥୀଙ୍କ ବୈଠକ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ସାଧୂ ଗୋସ୍ୱାମୀଙ୍କ ପୀଠରେ ଗୁରୁବାର ମେଟ୍ (ଗାଁ ସାଥୀ)ମାନଙ୍କର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୧୬ଟି ପଂଚାୟତର ସମସ୍ତ ଗାଁସାଥୀ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପତ୍ର (ସଂଖ୍ୟା-୨୦୮୭୭ ତା ୩୧ ଜୁଲାଇ ୨୦୨୫) ଅନୁସାରେ ଗାଁ ସାଥୀମାନଙ୍କର ଡାଟାବେସ୍ ସଠିକ ଭାବେ ବିଡିଓଙ୍କ ଜରିଆରେ କିପରି ପଠାଯିବ ସେବିଷୟରେ ଆଲୋଚନା କରାଯାଇଥିଲା। ପରେ ସଂଘ ତରଫରୁ ବିଡିଓଙ୍କୁ ଡାଟାବେସ୍ ପଠାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିଡିଓ ନିରଞ୍ଜନ ପରିଡା ଆସନ୍ତା ୧୬ ଅଗଷ୍ଟରେ ଗାଁ ସାଥୀମାନଙ୍କର ଡାଟାବେସ୍ ପଠାଇବା ପାଇଁ ସଂଘର ସଭାପତିଙ୍କୁ ପ୍ରତିଶୃତି ଦେଇଥିବା ସଭାପତି ସ୍ୱାଇଁ କହିଥିଲେ। ଏହି ବୈଠକରେ ଗାଁ ସାଥୀ ଶାରଦା ପ୍ରସନ୍ନ ଆଚାର୍ଯ୍ୟ, ଅଭିମନ୍ୟୁ ବିଶ୍ୱାଳ, ସଂଜୟ ନାୟକ, ଚୁମୁକି ଗିରି, ତୁଳସୀ କାଣ୍ଡି, କୃତିବାସ ନାୟକ, ସାଗର ନାୟକ, ଅକ୍ଷୟ ଲେଙ୍କା, ସୁରେଶ ଦାସ, ଝୁନିଲାତା ନାୟକ, ଦିଲିପ ପରିଡା, ଉପେନ୍ଦ୍ର ପାଢୀଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ୱ ଗାଁସାଥୀ ଯୋଗ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ