‘ବୀର ପରିବାର ସହାୟତା ଯୋଜନା’ ଆଇନସେବା କେନ୍ଦ୍ର ଉଦଘାଟିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ ସୌଜନ୍ୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ(କଲେକ୍ଟୋରେଟ) ପରିସରରେ ‘ବୀର ପରିବାର ସହାୟତା ଯୋଜନା’ ଆଇନ ସେବା କେନ୍ଦ୍ର ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଜଜ୍(ଭିଜିଲାନ୍ସ) ଭଗବାନ ପ୍ରଧାନ,ପରିବାର ଅଦାଲତ ଜଜ୍ ଇତିଶ୍ରୀ ମହାପାତ୍ର,ଅତିରିକ୍ତ ଜିଲ୍ଲା ଜଜ୍ ମମିତା ଦାଶ,ପୋକ୍ସ ଅଦାଲତ ଜଜ୍ ମୋନାଲିସା ମହାନ୍ତି,ଅତିରିକ୍ତ ଜିଲ୍ଲା ଜଜ୍(ଆଡହକ୍) ବିଜୟ କୁମାର ମିଶ୍ର,ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ,ମହିଳା ଅଦାଲତ ବିଚାରପତି ନେହା ଦାଶ,ଉପଖଣ୍ଡୀୟ ବିଚାରପତି ସୁମିତ୍ରା କୁମାରୀ ଦାଶ,ପ୍ରଥମ ଶ୍ରେଣୀ କନିଷ୍ଠ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ,ଜଙ୍ଗମ ଇଶ୍ୱର,ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ,ଡେପୁଟି କଲେକ୍ଟର ତଥା ଜିଲ୍ଲା ସୈନିକ ବୋର୍ଡ ସଚିବ ସ୍ୱେତଲିନା ସାହୁ,କୋର୍ଟ ପରିଚାଳକ ଅଚୁ୍ୟତାନନ୍ଦ ସାମନ୍ତରା,ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ଉପସ୍ଥିତ ରହି ଥିବାବେଳେ ସମସ୍ତ କାର୍ଯ୍ୟକ୍ରମର ତତ୍ତ୍ୱାବଧାରକ ଭାବେ ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ଉପସ୍ଥିତ ରହି ପରିଚାଳନା କରିଥିଲେ । ଉକ୍ତ ସହାୟତା କେନ୍ଦ୍ରରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ସୈନିକ ମାନଙ୍କ ପରିବାର ବର୍ଗଙ୍କୁ ଆଇନ ସହାୟତା ପ୍ରଦାନ କରାଯିବା ସଂଗେ ସଂଗେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ପ୍ରଶାସନିକ ସହାୟତା ପ୍ରଦାନ କରାଯିବାକୁ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୈନିକ ବୋର୍ଡ କର୍ମଚାରୀ ସୁଧାଂଶୁ ମହାକୁଡ,ସ୍ୱରୁପ କୁମାର ମହାନ୍ତ,ପିଏଲ୍ଭି କିଶୋର ଚନ୍ଦ୍ର ଦାଶ,ବସନ୍ତ କୁମାର ବାରିକ,ମମତାରାଣୀ ମହାନ୍ତ,ବନଲତା ଜେନା,ମାଧୁରୀବାଳା ସ୍ୱାଇଁ,ପ୍ରାଧିକରଣ କର୍ମୀ ସତ୍ୟରଞ୍ଜନ ଦାଶ,ଦେବବ୍ରତ କୁମାର ଦାସ,ମାନସ କୁମାର ନାୟକ,ଶିଶିର କୁମାର ସାହୁ,ସ୍ନେହା ବାସ୍କେ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ