ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବିରୋଧରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବାଂଲାଦେଶରେ ଇସଲାମିକ୍ କଟର ପନ୍ଥୀ ମାନଙ୍କ ଦ୍ଵାରା ହିନ୍ଦୁ ମାନଙ୍କ ପ୍ରତି କରା ଯାଉଥିବା  ନିର୍ମମ ହତ୍ୟା ପ୍ରତିବାଦରେ କେନ୍ଦୁଝର ଜିଲା ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ ସହ ରାଲି ଅନୁଷ୍ଠିତ ହୋଇଯାଇଛି! ଏହି ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦ ଜିଲା ସଭାପତି ତୁଷାର ସାମନ୍ତ, ଜିଲା ସମ୍ପାଦକ ସ୍ବପ୍ନେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଅପରାହ୍ନରେ କେନ୍ଦୁଝର ମାଇନିଙ୍ଗରୋଡ଼ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରୁ ବାହାରି ଲାବଣ୍ୟ ଛକ, କଲେକ୍ଟରେଟ ଛକ,ଗାନ୍ଧୀ ଛକ,ସିରାଜୁଦ୍ଦିନ ଛକ ରାସ୍ତାଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଶତାଧିକ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାର୍ତ୍ତା, ବଜରଙ୍ଗଦଳ କାର୍ଯ୍ୟକାର୍ତ୍ତା, ହିନ୍ଦୁ , ଦୁର୍ଗା ବାହିନୀର ଭଉଣୀ,  ଯୁବ ଛାତ୍ର ଓ ବିଭିନ୍ନ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ଶାନ୍ତି ଶୃଙ୍ଖଳାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ମହମଦ ୟୁନୁସଙ୍କ ହିନ୍ଦୁ ବିରୋଧୀ ଚିନ୍ତାଧାରା ଓ କାର୍ଯ୍ୟ ପାଇଁ  ତାଙ୍କ ପ୍ରତିଚିତ୍ର ଜଳାଯିବା ସହିତ ଜୋତା ମାଡ଼ କରାଯାଇଥିଲା। ଭାରତରୁ ବାଂଲାଦେଶୀ ରୋହିନଗ୍ୟା ମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଏକ ସ୍ୱରରେ ନାରାବାଜି କରା ଯାଇଟଜିଲା। ଏହି ବିକ୍ଷୋଭରେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗଦଳ, ଦୁର୍ଗାବାହିନୀ, ସଙ୍ଘ ପତିବାରର ଅନେକ ବରିଷ୍ଠ କାର୍ଯ୍ୟକାର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ