ବିବେକାନନ୍ଦ ପାଠକ ମଞ୍ଚର ଏକ ବିଂଶତିତମ ସ୍ଵନକ୍ଷତ୍ର ଉତ୍ସବ

ହାଟଡିହି (ଓ୍ବାଇଏନଏସ): ବିବେକାନନ୍ଦ ପାଠକ ମଞ୍ଚ, ନୂଆରମ୍ପାସ, କେନ୍ଦୁଝରର ଏକବିଂଶତିତମ ସ୍ଵନକ୍ଷତ୍ର ଉତ୍ସବ  ରବିବାର ଦିନ ଜପି ଦାସ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ରମ୍ପାସ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଟଡ଼ିହି ବ୍ଲକ ଅଧୀନ ପ୍ରାୟ ୪୦ଟି ବିଦ୍ୟାଳୟରୁ ୪୦୦ ପିଲା ଶ୍ରେଷ୍ଠ ପାଠକ ଚୟନ, ଓଡ଼ିଆ ଭାଷା ଜ୍ଞାନ, ଆଶୁ ଓଡ଼ିଆ କବିତା ଲିଖନ, ଗୀତ, ହାସ୍ୟ ବ୍ୟଙ୍ଗ, ପ୍ରଶ୍ନମଞ୍ଚ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଶ୍ରେଷ୍ଠ ପାଠକ ଚୟନରେ ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ କୁମାର ପଟ୍ଟନାୟକ ଓ ଆନନ୍ଦପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ରଘୁଦୀପ୍ତି ନାୟକ, ଗୀତ ପ୍ରତିଯୋଗିତାରେ ଗୁରୁ ବାମନ ଚରଣ ପ୍ରଧାନ ଓ ରବିନାରାୟଣ ପଟ୍ଟନାୟକ, ହାସ୍ୟ ବ୍ୟଙ୍ଗରେ ଅଭିମନ୍ୟୁ ସାହୁ ଓ ଲିଟୁନ କୁମାର ବଳ ବିଚାରକ ଭାବରେ ଯୋଗ ଦେଇଥିଲେ। ପ୍ରଶ୍ନମଞ୍ଚ ସଞ୍ଚାଳନ  କରିଥିଲେ ସୁଶୀଳ ଶୁଭଦୀପ ଓ ଶୁଭଶ୍ରୀ ତନିମା ନାୟକ। କାର୍ଯ୍ୟକ୍ରମର ମୁଖ୍ୟ ସଞ୍ଚାଳକ ଥିଲେ ଯୁବ ସମାଜସେବୀ  ଧୀରେନ୍ଦ୍ର କୁମାର ଖଟୁଆ। ଏହି ଅବସରରେ ବର୍ଷୀୟାନ୍ ଶିକ୍ଷକ ରଘୁନାଥ ଖଟୁଆଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ହାଟଡିହି ଶିକ୍ଷା ମଣ୍ଡଳର ଶିକ୍ଷାଧିକାରୀ ରାଜିବ ଦଳେଇ, ବର୍ଷିୟାନ ଶିକ୍ଷକ ଅକ୍ଷୟ କୁମାର ଜେନା, ନାରାୟଣ ଲେଙ୍କା, ବିନୋଦ କୁମାର ପଣ୍ଡା, ହସ୍ୟମୟୀ ରାଜ, ଦୀପ୍ତି ଦେବଦର୍ଶନୀ ସୁତାର, ଓ ପ୍ରଫେସର ଗୋପାଳକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପଠନ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ବହୁସଂଖ୍ୟକ ଅଭିଭାବକ ପିତାମାତା ଓ ଜନସାଧାରଣଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଗରିମା ମୟ କରି ଗଢ଼ି ତୋଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ