ଫର୍ମାସୀ କଲେଜରେ ସ୍ୱାଗତ ସମାରୋହ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : କେନ୍ଦୁଝର ସହର ଉପକଣ୍ଠସ୍ଥ ଡିମ୍ବୋସ୍ଥିତ ଇଂ ବସନ୍ତ କୁମାର ଦାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଫାର୍ମାସୀ କଲେଜ ଆନୁକୂଲ୍ୟରେ ମହାଆଡମ୍ବରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପିଲାମାନଙ୍କ ଦ୍ୱାରା ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାଗତ ସମାରୋହରେ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ କ୍ରିଷ୍ଣାରାମ ଦାନୀ ଓ ନିଦେ୍ର୍ଦଶକ ଚୋଡଗଙ୍ଗ ଦେବ ଦାନୀ,କେଏସ୍ଇ ଅଧ୍ୟକ୍ଷ ଇଂ ଅରୁଣ କୁମାର କାନୁନ୍ଗୋ,କିମସ୍ଆର୍ ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ କୁମାର ସାହୁ,କେଏନ୍ସି ଅଧ୍ୟକ୍ଷା ରିତୁପନ୍ନା ପ୍ରିୟଦର୍ଶିନୀ,ଆଡିମିନିଷ୍ଟ୍ରେଟର ବିଭୁତି ଭୂଷଣ ସାହୁ,କିମସ୍ଆର୍ ବିଭାଗୀୟ ମୁଖ୍ୟ ତରଣୀକାନ୍ତ ସ୍ୱାଇଁ ଓ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଭବିଷ୍ୟତରେ ଉନ୍ନତି କରିବା ପାଇଁ ପ୍ରେରଣା ଦେଇଥିଲେ । କିମସ୍ଆର୍ ଅଧ୍ୟାପିକା ମନିଷା ସେଠୀ,ଅଧ୍ୟାପକ ଅମନ ସାହୁ ପିଲାମାନଙ୍କୁ ଜୀବନର ସବୁ ମୁହୁର୍ତ୍ତକୁ କେମିତି ସଠିକ୍ ଉପଯୋଗ କରିପାରିବେ ସେ ବିଷୟରେ ପ୍ରେରଣା ଯୋଗାଇଥିଲେ । ଦ୍ୱିତୀୟ ବର୍ଷୀ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତାର ଆୟୋଜନ କରିଥିଲେ । ଏହି ସମାରୋହରେ ପ୍ରଥମ ବର୍ଷର ଛାତ୍ରୀ ଗୌରୀ ମହାକୁଡ ମିସ୍ ଫ୍ରେସର ଏବଂ ଛାତ୍ର ପ୍ରେମ ସିଂ ହେମ୍ବ୍ରମ ମିଷ୍ଟର ଫ୍ରେସର ହୋଇଥିଲେ । ସମସ୍ତ ପିଲାମାନେ ଆନନ୍ଦ ଉଲ୍ଲାସର ସହିତ ଦିନଟିକୁ ଉପଭୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ