ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ଖଲ୍ଲିକୋଟ (ଓ୍ବାଇଏନଏସ):ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଗଣିତ ବିଭାଗ ପକ୍ଷରୁ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି l ବିଭାଗ ମୁଖ୍ୟ ତଥା ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷ ପ୍ରଫେସର ମନୋଜ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟ ତଥା ଅଧ୍ୟାପକ ଅଶୋକ ମୁଦୁଲିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ବିତ୍ତ ନିୟନ୍ତ୍ରକ ଶ୍ରୀଯୁକ୍ତ କାଳୀ ପ୍ରସାଦ ଖଟାଇ, ଛାତ୍ର କଲ୍ୟାଣ ଅଧିକାରୀ ତଥା ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଉଷା ରାଣୀ ରଥ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିପରି କଲ୍ୟାଣମୟ ହେବ ତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୋନାଲିସା ମାଇଟି, ଭବାନୀ ପାଣିଗ୍ରାହୀ, ବରଦାଶିଷ ପଣ୍ଡା, ପୂଜା ରାଣୀ ଜେନା, ଶ୍ରଦ୍ଧା ସଙ୍ଗମ ନାୟକ ଓ ରାଜନ୍ତ ଉଠାଣ ସିଂ ପରିଚାଳନା କରିଥିବାବେଳେ ପାୟଲ,ନିରୁଦ୍ଧ ଓ ସାଥୀ ସ୍ୱାଗତ ସଂଗୀତ ଗାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀଯୁକ୍ତ ଜଗନ୍ନାଥ ଚୌଧୁରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l