ମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବୈପାରିଗୁଡା ( ବିକ୍ରାନ୍ତ କୁମାର ବେବର୍ତ୍ତା ): ରାଜ୍ୟ ମତ୍ସ୍ଯ ଓ ପ୍ରାଣୀ ସମ୍ପାଦ ମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ଗୋକୁଳାନନ୍ଦ ମଲ୍ଲିକ ଓ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ଯ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କୁ ବିଜେପି ପକ୍ଷରୁ ବୈପାରିଗୁଡା ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଚାରିଛକ ଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦୁଇ ମନ୍ତ୍ରୀ ମାଲକାନଗିରି ଗଲା ବେଳେ ତାଙ୍କୁ ସ୍ଥାନୀୟ ଛକରେ ବିଜେପି ଦଳୀୟ କର୍ମୀ ମାନେ ସ୍ବାଗଂତ କରିବା ସହ ବୈପାରିଗୁଡା ଅଞ୍ଚଳର ବିଭିନ୍ନ ସମସ୍ଯା ନେଇ ଆଲୋଚନା କରିଥିବାର ଜଣାପଡିଛି ! ସେହି ପରି ଶ୍ରୀ ମଲ୍ଲିକଙ୍କୁ କର୍ମୀ ମାନେ କହିଥିଲେ ଯେ ଅଞ୍ଚଳରେ ଚାଷୀଙ୍କୁ ଅଧିକରୁ ଅଧିକ ଉପକୃତ କରାଇବା ପାଇଁ ମତ୍ସ୍ଯ ଚାଷୀ ସହ ପ୍ରାଣୀ ଚାଷୀଙ୍କୁ ଆୟ ବୃଦ୍ଧି କରିବା ସହ ନୂତନ ଯୋଜନା ଗୁଡିକରେ ସାମିଲ କରିବା ପାଇଁ କହିବା ସହ ଜଙ୍ଗଲ ମନ୍ତ୍ରୀଙ୍କୁ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଅଧିକ ରୁ ଅଧିକ ଗଛ ଯେମିତି ସବୁ ସ୍ଥାନରେ ଲଗାଯିବ ସେହି ବିଷୟ ରେ କହିଥିଲେ । ସମସ୍ଯା ସମସ୍ଯା ଗୁଡିକ ସମାଧାନ କରାଯିବ ବୋଲି ମନ୍ତ୍ରୀ ଗଣ ତାଙ୍କ ପ୍ରତିକ୍ରିୟାରେ ଉତ୍ତର ରଖିବା ସହ ଏହି ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବି ବୋଲି କହିଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଓ ଖୁଣ୍ଟିଆ । ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ଯକ୍ରମରେ ବରିଷ୍ଟ ବିଜେପି କର୍ମୀ ସୁଧାଂଶୁ ଶେଖର ଜେନା, ପୂର୍ବତନ ଓବିସି ମୋର୍ଚ୍ଛା ସମ୍ପାଦକ ମନୋଜ ନାୟକ, ଜଗା ରାଓ, ନାରାୟଣ ସାନ୍ତା, ଧର୍ମବୀର ସିଂ, ଭାଗିରଥି ମାଛ , ବାଦଲ ବିଶୋଇ ସହ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।