ନୂତନ ବିଜେଡି ଜିଲ୍ଲା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବେତନଟୀ (ଉଦିତ କୁମାର ପରିଡା):ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡିଙ୍କୁ ବେତନଟୀ ୩୫ନମ୍ବର ଜୋନର ନେତୃବୃନ୍ଦମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବେତନଟୀ ୩୫ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମଙ୍କ ନେତୃତ୍ୱରେ ଯୁବନେତା ପରେଶ ବେହେରା, ମୁକ୍ତାପୁର ସରପଞ୍ଚ ଧନଞ୍ଜୟ ସିଂ, ବିଶ୍ୱନାଥ ମହାନ୍ତ, ସର୍ବେଶ୍ୱର ମହାନ୍ତ, ଲକ୍ଷ୍ମୀନାରାୟଣ ଦ୍ବିବେଦୀଙ୍କ ସମେତ ଅନେକ ପଞ୍ଚାୟତ ସଭାପତି, ନେତୃବୃନ୍ଦମାନେ ଉପସ୍ଥିତ ରହି ସୁଦାମ ମାରାଣ୍ଡିଙ୍କୁ ବିଜୁଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଆଗାମୀ ଦିନରେ ବେତନଟୀ ବ୍ଲକରେ ଲୋକଙ୍କ ସ୍ୱର ଓ ସମସ୍ୟାକୁ କିପରି ପ୍ରଶାସନ ନିକଟରେ ପହଞ୍ଚାଇ ସେଗୁଡିକୁ ସମାଧାନ କରା ଯାଇପାରିବ ସେ ଦିଗରେ ଆଲୋଚନା କରିଥିଲେ।