ବାଲାଂଦେଶୀଙ୍କୁ ଚିହ୍ନଟ କେବେ: ଜନ ଅସନ୍ତୋଷ ବୃଦ୍ଧି

ବନ୍ତ,(ଚାନ୍ଦିନୀ ମହାନ୍ତି) : ବିଭିନ୍ନ ସ୍ଥାନରେ ବାଲାଂଦେଶୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ହଟା ଯାଉଥିବା ବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଞ୍ଚଳରେ ପ୍ରଶାସନିକ ସ୍ତରରେ କୌଣସି କିଛି ପଦକ୍ଷେପ ନିଆଯାଇ ନଥିବାରୁ କ୍ରମଶଃ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବାଲାଂଦେଶୀ ବୋଲି ସନ୍ଦେହ କରାଯାଉଥିବା ଏହି ବ୍ୟକ୍ତି ବିଶେଷ ମାନେ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟ କରୁଥିବାରୁ ସୁସ୍ଥ ସମାଜରେ ଅଶାନ୍ତ ବାତାବରଣ ଦେଖା ଦେଉଛି । ଅନେକ ଦିନରେ ଟିଣା, ଲୁହା କିଣା ବିକା ଓ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରୟ ଆଦି ବିଭିନ୍ନ ବ୍ୟବସାୟରେ ଫେରି କାର୍ଯ୍ୟ କରି ରାତିରେ ଚୋରି ପରି ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାର ନଜିର ରହିଛି । ସେମାନେ ନିଜକୁ ପଶ୍ଚିମ ବଙ୍ଗର ଅଧିବାସୀ କହୁଥିବା ବେଳେ ବାସ୍ତବରେ ସେମାନଙ୍କ ନିକଟରେ ଥିବା ଆଧାର କିମ୍ବା ଭୋଟର କାର୍ଡ ନକଲ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ମାନ ଆସୁଥିବା ବେଳେ ଅଧିକ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ସ୍ଥାନୀୟ ତହସିଲ୍ ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ ଏହାକୁ ଚିହ୍ନଟ କରିବା ପକ୍ରିୟା ଆରମ୍ଭ ହୋଇ ନ ଥିବାରୁ କ୍ରମଶଃ ଜନ ଅସନ୍ତୋଷ ପରିଲକ୍ଷିତ ହୋଇଛି । ଏହି ବ୍ଲକର ବନ୍ତ ଥାନା ଅଧିନରେ ପଧାନପଡା, କାଜିମହଲା, ଚଣ୍ଡିପୁର,ମାଲତିରା,ଆଗରପଡା ଥାନା ଅଧିନରେ ହରିପୁର, ନୂଆସାହି, ପୁରୁଷଣ୍ଢ ଆଦି ଅଞ୍ଚଳରେ ସଂଖ୍ୟାଲଘୁ ମାନେ ବ୍ୟାପକ ଭାବେ ଫେରି ବ୍ୟବସାୟ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ବାଲାଂଦେଶୀ ଅନୁପ୍ରବେଶକାରୀ ରହିଥିବାର ସନ୍ଧେହ କରାଯାଇଛି । ଅନ୍ୟପକ୍ଷରେ ଫେରି ଆଳରେ ବିଭିନ୍ନ ଚୋରା ଜିନିଷ କ୍ରୟ ହେଉଥିବା ଅଭିଯୋଗ ପରେ ପୋଲିସ ପ୍ରଶାସନ ପକ୍ଷରୁ ଜବତ ପରି ଘଟଣା ଲୋକ ଲୋଚନକୁ ଆସୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେଇ ଚିହ୍ନଟ ପକ୍ରିୟା ଜାରି କରିବା ନେଇ ଦାବି ହୋଇଛି । ଏହି ଘଟଣାରେ ବନ୍ତ ଥାନାଧିକାରୀ ମୋନାଲିସା କର କହନ୍ତି,ଆମେ ବାହାର ରାଜ୍ୟରୁ ଅସୁଥିବା ସଂଖ୍ୟାଲଘୁ ମାନଙ୍କର ଆଧାର କାର୍ଡ ଓ ଟେଲି ଫୋନ୍ ନମ୍ବର ଯାଞ୍ଚ ପୂର୍ବକ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରିଛୁ । ସେହିପରି ଆଗରପଡା ଥାନାଧିକାରୀ ଦେବାରାଜ ଜେନା ପୁରୁଷଣ୍ଢର ଭବାନୀଗଞ୍ଜ,ବଡମହିଷଗୋଠର ହରିପୁର ଆଦି ସ୍ଥାନରେ ସଂଖ୍ୟାଲଘୁଙ୍କ ତଥ୍ୟ ସଂଗ୍ରହ କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ