ଅଚଳ ତ୍ରିରଙ୍ଗା ଷ୍ଟ୍ରିପ୍‍ ଲାଇଟ୍‍ ମରାମତି କେବେ?

ଆସିକା (ୱାଇଏନ୍‍ଏସ୍‍): ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ ଥିବା ଆସିକା ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ସହରକୁ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଋଷିକୁଲ୍ୟା ସେତୁ ଓ ବଡନଦୀ ସେତୁ ସମେତ କଳିଙ୍ଗରୋଡ ମୁଖ୍ୟରାସ୍ତା ସାଙ୍ଗକୁ ଉପଖଣ୍ଡ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହ ସମ୍ମୁଖସ୍ଥ ମୁଖ୍ୟରାସ୍ତା ଠାରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ରାସ୍ତାକୁ ନୁଆଁ ରୂପ ଦେବା ସହ ସୌନ୍ଦର୍ଯ୍ୟକରଣ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଲକ୍ଷ ଲକ୍ଷ ବ୍ୟୟ ଅଟକଳରେ ବିଦ୍ୟୁତ ଖୁଣ୍ଟ ଗୁଡିକରେ ଲଗାଯାଇଥିବା ତ୍ରିରଙ୍ଗା ଷ୍ଟ୍ରିିପ୍‍ ଲାଇଟ୍‍ ଗୁଡିକ ଦୀର୍ଘ ଦିନ ହେଲା ରକ୍ଷାଣାବେକ୍ଷଣ ଓ ମରାମତି ଅଭାବରୁ ଅଚଳ ହୋଇପଡିରହିଥିଲେ ମଧ୍ୟ ସେ ଗୁୁଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ନୀରବତାକୁ ନେଇ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ବିଗତ ଦିନରେ ସହରର ବ୍ୟସ୍ତବହୁଳ ରାସ୍ତା ରୂପେ ପରିଚିତ ଥିବା କଳିଙ୍ଗରୋଡ ସମେତ ବଡନଦୀ ସେତୁୁ ଓ ଋଷିକୁଲ୍ୟା ନଦୀ ସେତୁ ଉପରେ ଲାଗିଥିବା ବିଦ୍ୟୁତ୍‍ ଖୁଣ୍ଟ ଗୁଡିକରେ ତ୍ରିରଙ୍ଗା ଷ୍ଟ୍ରିପ୍‍ ଲାଇଟ୍‍ ଲଗାଯାଇଥିଲା । ସନ୍ଧ୍ୟା ସମୟରୁ ପ୍ରତ୍ୟୁଷ ପର୍ଯ୍ୟନ୍ତ ଅତୀତରେ ବିଦ୍ୟୁତ୍‍ ଖୁଣ୍ଟରେ ଲାଗିଥିବା ତ୍ରିରଙ୍ଗା ଷ୍ଟ୍ରିପ୍‍ ଲାଇଟ୍‍ର ଆଲୋକରେ ରାସ୍ତା ଝଲସି ଉଠିବା ସହ ସହରର ରାସ୍ତାର ସୌନ୍ଦର୍ଯ୍ୟକରଣ ମଧ୍ୟ ଅତି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଥିଲା । ବିଦ୍ୟୁତ୍‍ ଖୁଣ୍ଟ ଗୁଡିକରେ ଲାଗିଥିବା ତ୍ରିରଙ୍ଗା ଷ୍ଟ୍ରିପ୍‍ ଲାଇଟ୍‍ ଗୁଡିକ ବାହାରୁ ଆସୁଥିବା ଲୋକଙ୍କୁ ଆକୃଷ୍ଟ କରିବା ସହ ସହରର ଶୋଭାକୁ ମଧ୍ୟ ବେଶ୍‍ ଦ୍ୱିଗୁଣିତ କରିବା ସାଙ୍ଗକୁ ପ୍ରଶାସନର ଏହି ପ୍ରଶାସନର ଏହି ପଦକ୍ଷେପକୁ ଅତୀତରେ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ତଦାରଖ ଅଭାବ ସାଙ୍ଗକୁ ଉପଯୁକ୍ତ ରକ୍ଷଣାବେକ୍ଷଣ ନ ହେବା ସାଙ୍ଗକୁ ବୈଷୟିକ ତୃଟି ଯୋଗୁଁ ଖୁବ୍‍ ଦିନ ମଧ୍ୟରେ ଉକ୍ତ ମୂଲ୍ୟବାନ୍‍ ତ୍ରିରଙ୍ଗା ଷ୍ଟ୍ରିପ୍‍ ଲାଇଟ୍‍ ଗୁଡିକ ଅଚଳ ହୋଇଯାଇଥିଲା । ଦୀର୍ଘ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ବିଦ୍ୟୁତ ଖୁଣ୍ଟ ଗୁଡିକରେ ତ୍ରିରଙ୍ଗା ଷ୍ଟ୍ôରିପ୍‍ ଲାଇଟ୍‍ ଗୁଡିକ ଜଳୁନଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ସରକାରୀ ଅର୍ଥର ଏପରି ଅପବ୍ୟୟକୁ ନେଇ ସାଧାରଣରେ ନାନା କଥା ଚର୍ଚ୍ଚା ହେଉଛି । ପ୍ରଶାସନର ଏଭଳି ଉଦାସୀନତା ଏବଂ ଦାୟିତ୍ୱହୀନ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ସହରକୁ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଋଷିକୁଲ୍ୟା ସେତୁ ଓ ବଡନଦୀ ସେତୁ ସମେତ କଳିଙ୍ଗରୋଡ ମୁଖ୍ୟରାସ୍ତା ଏବଂ ଅନ୍ୟାନ୍ୟ ମୁଖ୍ୟସଡକ ପଥରେ ଲାଗିଥିବା ତ୍ରିରଙ୍ଗା ଷ୍ଟ୍ରିପ୍‍ ଲାଇଟ୍‍ ଗୁଡିକୁ ତୁରନ୍ତ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ଆସିକା ପୌର ପରିଷଦର କାଉନସିଲର୍‍ ନିଗମାନନ୍ଦ ରାଉତ, ପୂର୍ବତନ କାଉନସିଲର୍‍ କୈଳାଶ ଚନ୍ଦ୍ର ପ୍ରଧାନ, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା, ସମାଜସେବୀ ଶିବପ୍ରସାଦ ଶତପଥୀ, ବିନୋଦ କୁମାର ପାତ୍ର, ନରେଶ ବିଷୋୟୀ, ନିରଞ୍ଜନ ଜେନା ପ୍ରମୁଖ ଦୃଢ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ