ଅସ୍ତରଙ୍ଗରେ ସ୍ୱପ୍ନ ହେବ କି ଇଲିସି :-ନଦୀ, ସମୁଦ୍ର ପ୍ରଦୂଷିତ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ବ୍ରିଟିଶ ଇତିହାସରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳ ପ୍ରସିଦ୍ଧ ଲାଭ କରିଥିଲା ଇଲିସି ପାଇଁ। ଏକଦା ଏହି ଅଞ୍ଚଳରୁ ଇଲିସି ମାଛ ଓଡିଶାର ବିଭିନ୍ନ ଅଞ୍ଚଳସହ କଲିକତା ଓ ଅନ୍ୟାନ୍ୟ ପଡୋଶୀ ରାଜ୍ୟକୁ ଯୋଗାଣ କରାଯାଇ ଅସ୍ତରଙ୍ଗ ଅଞ୍ଚଳର ଅର୍ଥନୈତିକ ପ୍ରଗତିରେ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଥିଲା। ସମୟ କ୍ରମେ ବଙ୍ଗୋପସାଗର ନିକଟ ଦେବୀ ନଦୀରେ ପ୍ଲାଷ୍ଟିକି, ଚିଙ୍ଗୁଡ଼ି ଘେରିର ରାସାୟନିକ ପଦାର୍ଥ ଜଳରେ ମିଶି ନଦୀ ସାଗର ଜଳକୁ ପ୍ରଦୂଷଣ କରିବା ସଙ୍ଗେ ସଙ୍ଗେ ବିଷ ବଳୟ ମଧ୍ୟକୁ ଠେଲି ହୋଇଗଲାଣୀ। ଫଳରେ ମାଛ, କଙ୍କଡା, ଯାଆଁଳ କମିଗଲା। ଚାହିଦା ଅନୁସାରେ ସମୁଦ୍ର ମାଛ ଆମଦାନୀ ହୋଇପାରିଲା ନାହିଁ। ବିଶେଷ କରି ଇଲିସି ମାଛର ଆମଦାନୀ କମିଲା ଓ ଖାଉଟି ମାନଙ୍କ ଚାହିଦା ଅନୁସାରେ ଇଲିସି ମାଛ କେଜି ପନ୍ଦରଶହ ଠାରୁ ୩ ହଜାର ଟଙ୍କାରେ ପହଂଚିଲାଣି। ଗରିବ ମଧ୍ୟବିତ୍ତ ଲୋକେ ଇଲିସି ମାଛ କିଣିବାରେ ଅସମର୍ଥ ହେଲେ। ଯାହା ଆମଦାନୀ ହେଲା ତାହା ଚଢା ଦରରେ ବିକ୍ରି ହେବା ପାଇଁ ବାହାର ରାଜ୍ୟକୁ ଚାଲାଣ ହୋଇଗଲା। ବର୍ଷକୁ ବର୍ଷ ଚିଙ୍ଗୁଡ଼ି ଚାଷ ବୃଦ୍ଧି ହେବା ଫଳରେ ଚିଙ୍ଗୁଡ଼ି ମାଫିଆଙ୍କ କବଳରେ ଚାଷ ଜମି କ୍ରମଶଃ ଧୀରେ ଧୀରେ କମି କମି ଗଲା ଓ ଧାନ ଚାଷ କ୍ଷତି ଗ୍ରସ୍ତ ହେଲା। ବହୁ ଚାଷ ଜମି ଚାଷ ନ ହୋଇ ପଡିଆ ମଧ୍ୟ ପଡୁଛି। ଅପର ପକ୍ଷେ ମାଛ ବଜାରରେ ଇଲିସି ମାଛ କାଁ ଭାଁ ଦେଖିବାକୁ ମିଳୁଛି। ଏକ ସର୍ଭେ ରୁ ଜଣା ପଡିଛି ଆଉ କିଛି ବର୍ଷ ପରେ ଇଲିସି ମାଛ ଖାଇବା ଓ ବଜାର ରେ ଦେଖିବା କେବଳ ସ୍ୱପ୍ନ ହୋଇଯିବ। ଆମର ବଂଶଧର କେବଳ ଫଟୋ ରେ ଇଲିସି ମାଛର ଛବି ଦେଖିବେ ବୋଲି ପ୍ରକୃତି ଓ ପରିବେଶ ବିତି ମତ ଦେଲଣି। ଚିଙ୍ଗୁଡ଼ି ଘେରିର ବିଷାକ୍ତ ପାଣି କେବଳ ସମୁଦ୍ର ଓ ନଦୀ ଜଳକୁ ବିଷାକ୍ତ କରୁ ନାହିଁ ଜଳବାୟୁକୁ ମଧ୍ୟ ବହୁ ମାତ୍ରାରେ ପ୍ରଦୂଷିତ କରୁଛି। ଯାହା ଫଳରେ ନଦୀ ଓ ସମୁଦ୍ର ଉପକୂଳ ଅଞ୍ଚଳରେ ରୋଗ ବ୍ୟାଧି ବଢ଼ିବାରେ ପୂର୍ବ ଅପେକ୍ଷା ବୃଦ୍ଧି ପାଉଛି। ସର୍ବୋଚ୍ଚ ନ୍ୟାୟଳୟ ଚିଙ୍ଗୁଡ଼ି ଘେରି ଉପରେ ଅଙ୍କୁଶ ଲଗାଇ ଥିଲେ ଵି ସରକାର ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଆଖିବୁଜି ଦେଇଛନ୍ତି। ହୃତଗୌରବ ଫେରାଇ ଆଣିବା ପାଇଁ ବୁଦ୍ଧିଜୀବୀ ଉଦ୍ୟମ କରିବା ଉଚିତ ବୋଲି କହିଛନ୍ତି।


