ଜମି ନଥାଇ ଚାଷୀ ପଞ୍ଜିକରଣ ଏବଂ ସୁଭଦ୍ରା ଯୋଜନାରୁ ବାଦ ନେଇ ଜିଲାପାଳଙ୍କୁ ଭେଟିଲେ ମହିଳା
ଛତ୍ରପୁର,(ଓ୍ବାଇଏନଏସ): ପୁରୁଷୋତମପୁର ବ୍ଲକ ସୁନାଥର ଗ୍ରାମ ପଚାଂୟତରେ ଶ୍ରୀରାମ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଓ ମା ସରସ୍ୱତୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ବିରୁଦ୍ଧରେ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହେଲେ ମହିଳାମାନେ । ଏହି ଦୁଇ ସଂଘ ନକଲି ଚାଷୀ ଓ ନକଲି ଜମି ପଟାରେ ନକଲି ଚାଷୀ ପଞ୍ଜିକରଣ କରାଇ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଯାହାଫଳରେ ଗ୍ରାମର କିଛି ମହିଳା ସୁଭଦ୍ରା ଯୋଜନାରେ ଯୋଗ୍ୟ ଥାଇବି ସେମାନେ ସୁଭାଦ୍ରା ଯୋଜାନରୁ ବାଦ ପଡିଯାଇଛନ୍ତି । ଏପରିକି ସେମାନଙ୍କୁ ଧମକ ଦିଆଯାଉଥିବା ନେଇ ମହିଳାମାନେ ଜିଲାପାଳ ଭି.କିର୍ତି ଭାସନଙ୍କୁ ଭେଟି ବିଭିନ୍ନ ବିଷୟରେ ଅବଗତ କରାଇଛନ୍ତି । କାହାର ଜମି ନଥାଇ ମଧ୍ୟ ଚାଷୀ ପଞ୍ଜିକରଣ କରାଯାଇଛି କାହାର କମ ଜମି ଥାଇକି ଅଧିକ ଜମି ରହିଥିବା ଦର୍ଶାଯାଇଛି । ସୁନାଥର ଗ୍ରାମର ରିନା ନାହାକ କୈାଣସି ଜମି ନଥିବା ବେଳେ ମା ସରସ୍ୱତୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ମଣ୍ଡି ରେ ଜମି ରହିଥିବା ଦର୍ଶାଇଥିଲେ । ଏପରିକି ତାଙ୍କ ଆଧାରକାର୍ଡ ନେଇ ଜମି ପଞ୍ଜିକରଣ ସମୟରେ କରିଦେଇଥିଲେ । ଏପରିକି ରିନାଙ୍କ ଖାତାକୁ ସରକାରଙ୍କ ଧାନ ବିକ୍ରି ସମୟରେ ବୋନଓ ଆକାରରେ ୨ ଲକ୍ଷ ଟଙ୍କା ଖାତାକୁ ଆସିଥିଲା । ପରବର୍ତୀ ସମୟରେ ଉକ୍ତ ଟଙ୍କାକୁ ମଧ୍ୟ ସଂଘ ମାଗିନେଇଯାଇଥିଲେ । ସେ ଜଣେ ସୁଭଦ୍ରା ଯୋଜନାରେ ପାଇବାକୁ ଯୋଗ୍ୟ ରହିଥିବା ବେଳେ ଅଧିକ ଜମି ରହିଥିବା ଦର୍ଶାଯାଇ ତାଙ୍କରି ସୁଭଦ୍ରା ଯୋଜନାରୁ ବାଦ ପଡିଛନ୍ତି ବୋଲି ଜିଲ୍ଲାପାଳ ଙ୍କୁ କହିଥିଲେ । ସେହିପରି ସୁନାଥର ଗ୍ରାମର ଅନୀତା ନାହାକ ଓ ତାଙ୍କରି ୪ଝିଅ ମଧ୍ୟ ସୁଭଦ୍ରା ଯୋଜନା ପାଇବାକୁ ଯୋଗ୍ୟ ରହିଥିଲେ ବି ତାଙ୍କରି ମଧ୍ୟ ଅଧିକ ଜମି ରହିଥିବା ଦର୍ଶାଇ ବାଦ ପଡିଛନ୍ତି । ତାଙ୍କର ମାତ୍ର ୧୦ ଭରଣ ଜମି ରହିଥିବା ବେଳେ ଶ୍ରୀରାମ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ମଣ୍ଡି ପଞ୍ଜିକରଣ ସମୟରେ ଅଧିକ ଜମି ଦର୍ଶାଇଥିଲେ । ଏପରିକି ବୋନସ ଆକାରରେ ୩ ଲକ୍ଷ ଟଙ୍କା ଆସିଥିଲା ଏବଂ ଏହି ସଂଘ ସେମାନଙ୍କ ଠାରୁ ନେଇଯାଇଥିଲା । ଦୁଇ ସଂଘ ପାଇଁ ସୁନାଥର ଗ୍ରାମର ୫୦ ରୁ ଉର୍ ମହିଳାମାନେ ସୁଭାଦ୍ରା ଯୋଜନାରୁ ବାଦ ପଡିବା ସହ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଦୁଇ ସଂଘ ହାତେଇଥିବା ଜିଲାପାଳଙ୍କୁ କହିଥିଲେ । ଯଦି ତଦନ୍ତ କରାଯିବ ହେଲେ ଆହୁରି ବହୁ ତଥ୍ୟ ଆଗକୁ ଆସିବ ବୋଲି କହିଥିଲେ । ଜିଲାପାଳ ଏହି ଘଟଣାକୁ ନେଇ ଜିଲା ଯୋଗାଣ ଅଧିକାରୀ ଓ ମିଶନ ଶକ୍ତି ଡିପିସିଙ୍କୁ ତଦନ୍ତ କରି ଏହାର ରିର୍ପୋଟ ପ୍ରଦାନ କରିବାକୁ କହିଛନ୍ତି । ରିର୍ପୋଟ ଆସିଲେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।