ମହିଳାଙ୍କୁ ଛୁରୀରେ ଭୂଷି ହତ୍ୟା, ଲୁଟିନେଲେ ଅଳଙ୍କାର

ପୋଲସରା (ଅନୀଲ କୁମାର ମହାରଣା):  ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ହତ୍ୟାକାଣ୍ଡ ର ଶିକାର ହୋଇଛନ୍ତି ଜଣେ ମହିଳା। ମହିଳା ଜଣକ ହେଲେ ଚିରିକିପଡା ଶାସନ ଗ୍ରାମ ଧୋବା ସାହିର ଶୈଳ ସେଠୀ। ସୂଚନା ଅନୁଯାଇ ଚିରିକିପଡା ଶାସନ ଗ୍ରାମର ବିଳମ୍ବର ସେଠୀଙ୍କ ସ୍ତ୍ରୀ ଶୈଳ ସେଠୀ ସେପ୍ଟେମ୍ବର ୨୨ ତାରିଖ ସକାଳ ସମୟରେ ଘରକାମ ସାରି ଗାଧୋଇବା ପାଇଁ ବାଘୁଆ କେନାଲ ଗୁଡିମାଳକୁ ଯାଇଥିଲେ। ନିଜର ନିତ୍ୟକର୍ମ ସାରି ଫେରିବା ରାସ୍ତାରେ କେହି ଦୁବୁର୍ତ୍ତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ପେଟକୁ ଭୂଷି, ସେ ପିନ୍ଧିଥିବା କାନଫୁଲ ଓ ନାକଫୁଲ ସୁନା ଅଳଙ୍କାର ନେଇ ଚାଲିଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଶୈଳଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ପୋଲସରା ପୋଲିସ ଆଇଆଇସି କୌଶିକ ମାଝୀ, ପୁରୁଷୋତ୍ତମପୁର ଏସଡିପିଓ ସୁଜିତ ନାୟକ ଓ ସାଇଣ୍ଟିଫିକି ଟିମ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରି ମର ଶରୀରକୁ ଜବତ କରି ପୋଲସରା ପୋଲିସ ଥାନା କେସ ନମ୍ବର ୬୮୫/୨୫ ପ୍ରକାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ଆଇଆଇସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ