ମହୁଲପଙ୍ଖା ସ୍କୁଲରୁ ରାତି ଅଧିଆ ଶିକ୍ଷକ ବଦଳିକୁ ନେଇ ମହିଳାଙ୍କ ବିଇଓ କାର୍ଯ୍ୟାଳୟ ଘେରାଉ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ମହୁଲପଙ୍ଖା ସ୍କୁଲରୁ ରାତି ଅଧିଆ ଶିକ୍ଷକ ବଦଳିକୁ ନେଇ ଗ୍ରାମର ମହିଳା ମାନେ ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଉକ୍ତ ସ୍କୁଲରେ ୫ଟି ଶ୍ରେଣୀ ଥିବାବେଳେ ତିନିଜଣ ଶିକ୍ଷକ ନିଯୁକ୍ତ ଥିଲେ। ତନ୍ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ଅନେକ ଦିନ ହେଲା ଛୁଟିରେ ଯାଇଛନ୍ତି। ସେ କେବେ ଫେରିବେ ସେନେଇ କୌଣସି ସୁଚନା ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ। ଏପରି ପରିସ୍ଥିତିରେ ବ୍ଲକ ଶିକ୍ଷା ଅଧିକାରୀ ଅନ୍ୟ ଜଣେ ଶିକ୍ଷକଙ୍କୁ ହଠାତ୍ ବାରିଗାଁ ସ୍କୁଲକୁ ବଦଳି କରିଦେଲେ। ଯେଉଁ ପ୍ରଧାନ ଶିକ୍ଷକ ଜଣକ ଅଛନ୍ତି ସେ ରୋଗାକ୍ରାନ୍ତ ଓ ଅନେକ ସମୟରେ ଅଫିସ କାମରେ ବ୍ୟସ୍ତ ରୁହନ୍ତି। ତେଣୁ ସ୍କୁଲ କିପରି ଚାଲିବ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ସସ୍ମିତା ଦେହୁରୀ, ସଦସ୍ୟା ପଦ୍ମିନୀ ଦେହୁରୀ, ପ୍ରତିମା ଦେହୁରୀ, ଗୀତାଞ୍ଜଳୀ ଦେହୁରୀ, ରଜନୀ ଦେହୁରୀ, ପ୍ରଭାସିନୀ ନାୟକ, ସ୍ନେହଲତା ଦେହୁରୀ, ମିନତୀ ଦେହୁରୀ, ମିନତୀ ଦେହୁରୀ, ନୀଳା ଦେହୁରୀ, ପଦ୍ମିନୀ ଦେହୁରୀ, ରଞ୍ଜିତା ଦେହୁରୀ ପ୍ରମୁଖ  ପ୍ରଶ୍ନ କରିଛନ୍ତି। ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟିକୁ ନ ଜଣାଇ ତରବରରେ ବଦଳି ଶିକ୍ଷକଙ୍କୁ  ରିଳିଭ କାହିକି କଲେ ବୋଲି ସେମାନ ପ୍ରଶ୍ନ କରିଛନ୍ତି। ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ କହିଛନ୍ତି ଯେ ଜଣେ ଶିକ୍ଷୟିତ୍ରୀ ଏତେଦିନ ଧରି ଛୁଟିରେ ରହିବା ପ୍ରଧାନ ଶିକ୍ଷକ ତାଙ୍କୁ ଜଣାଇ ନାହାନ୍ତି କି ଅଫିସ କୁ ମଧ୍ଯ ସୁଚନା ଦେଇ ନାହାନ୍ତି। ଦୁଇଦିନ ମଧ୍ୟରେ ଜଣେ ଶିକ୍ଷକ ନିଯୁକ୍ତି କରିବାକୁ ବିଇଓ ପ୍ରତିଶ୍ରୁତି ଦେବାପରେ ମହିଳା ମାନେ ଘରକୁ ଫେରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ