ଠିକାଦାରଙ୍କ ଯୋଗୁଁ ଚାଲିଗଲା ମହିଳାଙ୍କ ଜୀବନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସଦର ଥାନା ଅନ୍ତର୍ଗତ ଗଣ୍ଡାଖିଆରେ ଠିକାଦାରଙ୍କ ନିମ୍ନମାନର ରାସ୍ତା କାମ ଯୋଗୁଁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମୃତ ମହିଳା ଜଣଙ୍କ ହେଲେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ବିଲିକଣା ପଞ୍ଚାୟତର ପାଳିଆପଲ୍ଲୀ ଗ୍ରାମର ଉର୍ମିଳା ପ୍ରଧାନ। ଖବରରୁ ଜଣାପଡିଛି ଦୁଇବର୍ଷ ତଳେ ୧୧କୋଟି ଟଙ୍କାରେ ଶିବ ପ୍ରସାଦ ପରିଡା ନାମକ ଠିକାଦାର ସାନ୍ତସାହି ପୋଲ- ଗଣ୍ଡାଖିଆ ରାସ୍ତା କାମ କରିଥିଲେ।ଏହି କାମଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧିନରେ ହୋଇଥିବାରୁ ନିୟମ ଅନୁଯାୟୀ ୫ବର୍ଷ ପର୍ଯ୍ୟନ୍ତ ରାସ୍ତାର ସ୍ଥାୟୀତ୍ୱ ରହିବ। କିନ୍ତୁ ଠିକାଦାର ଏଭଳି ନିମ୍ନମାନର କାମ କରିଥିଲେ ଯାହାଫଳରେ ମାତ୍ର ୬ମାସ ମଧ୍ୟରେ ସେହି ରାସ୍ତାରୁ ପିଚୁ ଉଠିଯାଇ ଖାଲଖମାରେ ପରିଣତ ହୋଇଯାଇଥିଲା। ଏବେ ନିକଟରେ ପୂଜା ପାଇଁ ପୁନର୍ବାର ସେହି ରାସ୍ତା ମରାମତି ହୋଇଥିଲା। ଏହାସତ୍ୱେ ମାତ୍ର ଏକସପ୍ତାହ ପୁରିନି କିନ୍ତୁ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିଲା। ଏହି ରାସ୍ତାଦେଇ ମହିଳା ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ସ୍କୁଟିଟି ରାସ୍ତାରେ ହୋଇଥିବା ଖାଲରେ ପଡିଯାଇଥିଲା। ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ବଡ ଡାକ୍ତରଖାନାକୁ ପଠାଇଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ନିମ୍ନମାନର ରାସ୍ତାକାମ ଯୋଗୁଁ ବିଭିନ୍ନ ପଞ୍ଚାୟତର ଲୋକମାନେ ଠିକାଦାରଙ୍କ ବିରୋଧରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ