ମହିଳା ଆଇନଜୀବୀଙ୍କ ଦ୍ୱାରା ମହିଳାମାନେ ନ୍ୟାୟ ପାଇବେ

ଭୁବନେଶ୍ୱର,(ଲିପିକା ରାଣୀ ରାଉତ):ଅଲ୍‌ ଓମେନ୍ସ ଆଡଭୋକେଟ୍ ଫୋରମ ଓ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଅନୁକୂଳରେ ଆର୍ନ୍ତଜାତୀୟ ମହିଳା ଦିବସ ପାନ୍ଥ ନିବାସରେ ପାଳିତ ହୋଇଯାଇଛି । ଫୋରମର ଅଧକ୍ଷା ଆଇନଜୀବୀ ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର ଯୋଗଦେଇ କହିଥିଲେ ଯେ, ମହିଳାମାନେ ନ୍ୟାୟ ଦେବା ପାଇଁ ମହିଳା ଅଧିକ ଉପଯୁକ୍ତ ଓ ସକ୍ଷମ । ଏହା ଦ୍ବ‌ାରା ମହିଳାମାନେ ନ୍ୟାୟ ପାଇ ପାରିବେ। ମୁଖ୍ୟ ବକ୍ତା ଭାବେ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ୱିବେଦୀ କହିଥିଲେ ମଧୁବାବୁଙ୍କ ଯୋଗୁଁ ମହିଳାମାନେ ଓକିଲାତି ଆରମ୍ଭ କରିଥିଲେ। ମହିଳା ଓକିଲଙ୍କ ନିର୍ବାଚନରେ ସଂରକ୍ଷଣ ପାଇଁ ଅଲ ଓମେନ୍ସ ଆଡଭୋକେଟ୍ ଫୋରମ ପକ୍ଷରୁ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କୁ ଦାବି ପରେ ଏହା ସର୍ବଭାରତୀୟ ସଂଘ ମାଧ୍ୟମରେ ସୁପ୍ରୀମ୍‌କୋର୍ଟରେ ଦାବିପତ୍ର କରିଥିଲେ। ଯେଉଁ ସରକ୍ଷଣ ଫଳପ୍ରଦ ହେବାକୁ ଯାଉଛି। ସମ୍ମାନୀତ ଅତିଥି ଭାବେ ହାମାରା ବଚପନର ପ୍ରତିଷ୍ଠାତା ଡ଼. ଧରାତ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମହିଳାଙ୍କ ଉର୍ନ୍ନତି ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଶାନ୍ତିପ୍ରୀୟା ପଟ୍ଟନାୟକଙ୍କ ସ୍ମୃତିରେ ମହିଳା ଆଇନଜୀବୀ ଛାୟା ମିଶ୍ର, ଦିପ୍ତୀ ରେଖାନନ୍ଦ, ପ୍ରତିଭା ଦାଶ, ରୂତୁପୂର୍ଣ୍ଣା ମହାନ୍ତି, ଶ୍ୱେତାଶର୍ମା, ଭୋପାଲ ସାସଂଦ ଅନିତା ସିଂଙ୍କୁ ସମାଜସେବୀ ମୃତ୍ୟୁଞ୍ଜୟ ମିଶ୍ର, ସଂଗିତ ନିର୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ, କଣ୍ଠଶିଳ୍ପୀ ଉମେଶ ଚନ୍ଦ୍ର ଦାସ ଓ ଆଇନଜୀବୀ ଲିଙ୍ଗରାଜ ସାହୁଙ୍କୁ ଅଟଳ କର୍ମବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଜଗତଜିତା ନାରୀ ଭାବେ ଡ଼ ତୃପ୍ତୀ ପତି, ଡ଼ ଗୀତା ମଞ୍ଜରୀ ବେହେରା, ମମତାମହାନ୍ତି, ଡ଼ ସ୍ୱୟଂପ୍ରଭା ମହାନ୍ତି, ସ୍ୱାଗତିକା ସାମଲ, ସସ୍ମିତା ମହାନ୍ତି, ଜୌତ୍ରୀମୟୀ ପଣ୍ଡା, ଗୀତାଞ୍ଜଳି ମହାପାତ୍ରଙ୍କୁ ସମ୍ମାନୀତ କରାଯିବା ସହ ୧୬ଜଣଙ୍କୁ ୟୁଥ୍ ଆଚିଭର ଭାବେ ଓ ମହିଳା ଆଇନଜୀବୀଙ୍କୁ ସମ୍ବାର୍ଦ୍ଧନା କରାଯାଇଥିଲା । ଏଥିରେ ଅଙ୍କିତା ସଂଯୋଜନା କରିଥିବା ବେଳେ ବିଷ୍ଣୁପ୍ରିୟା ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ବରି‌ଷ୍ଠ ଆଇନଜୀବୀ ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକ, ସନ୍ତୋଷ ଚୌଧୁରୀ, ଭୁବନେଶ୍ୱର ଓକିଲ ସଙ୍ଘ ଯୁଗ୍ମ ସମ୍ପାଦକ ରଶ୍ମୀ ରଞ୍ଜନ ମହାନ୍ତି ସମେତ ବହୁତ ଆଇନଜୀବୀ ସାମିଲ ହୋଇଥିଲେ । ଏହି ଅବସରରେ କୁନି ପିଲାଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଚିତାକର୍ଷକ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ