ମହିଳା ଜେସିସ୍ ପକ୍ଷରୁ ବିଶ୍ୱ ବନ୍ଧୁତ୍ୱଦିବସ ପାଳିତ

ଆସିକା  (ୱାଇଏନ୍‍ଏସ୍‍) :ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସିକା ମହିଳା ଜେସିସ୍ ପକ୍ଷରୁ ସ୍ଥାନୀୟ ମା’କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ମହିଳା ପକ୍ଷରୁ ବିଶ୍ୱବନ୍ଧୁତ୍ୱ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଆସିକା ଥାନାର ସବ୍‍ଇନିସପେକ୍ଟର ହିମାଂଶୁ ଶେଖର ପାତ୍ର ଯୋଗଦେଇ ବିଶ୍ୱ ବନ୍ଧୁତା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ବିଶ୍ୱ ବନ୍ଧୁତ୍ୱ ଦିବସର ଶୁଭେଛା ଓ ଶୁଭକାମନା ଜଣାଇଥିଲେ। ଆସିକା ସୁଗର୍‌ଟାଉନ୍ ମହିଳା ଜେସିସ୍ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶିକା ଜୟିତା ପାତ୍ର, ସଂଘର ସଦସ୍ୟା କେ.ସୁଦ୍ଧାଂଜଳୀ ପାତ୍ର, ଏସ୍‍.ରୂପଶ୍ରୀ ପୃଷ୍ଟି, ସୋନମ୍‍ ପାତ୍ର, ସସ୍ମିତା ପାଢୀ, ଏ.ଭାଗ୍ୟଶ୍ରୀ ପାତ୍ର, ସାଇଶ୍ୱରୀ ପାତ୍ର, ସୁସ୍ମିତା ପାତ୍ର, ରାଜଲକ୍ଷ୍ମୀ ପଣ୍ଡା, ମୌସୁମୀ ସାହୁ, ବନ୍ଦିତା ପାତ୍ର, ଅମିତା ପାତ୍ର, ଲିପ୍‍ସା ପାତ୍ର, ରଂଜିତା ନାୟକ, ରଶ୍ମିତା ପାତ୍ର, ସୁଚିତ୍ରା ପାତ୍ର, ପବିତ୍ରା ପାତ୍ରଙ୍କ ସମେତ ବହୁ ସଭ୍ୟା ଯୋଗଦେଇ ପରସ୍ପରକୁ ବିଶ୍ୱବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣାଇବା ସହିତ ହାତରେ ବନ୍ଧୁତ୍ୱର ଡୋରି ବାନ୍ଧିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ