ଛତୁ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକଙ୍କ ଆନ୍ଦୋଳନ: ବିଧାୟକଙ୍କ ଉପସ୍ଥିତ ରେ ତୁଟିଲା ବିବାଦ

ଛତ୍ରପୁର, (ଓ୍ବାଇଏନଏସ):  ଶ୍ରମିକ ଙ୍କ ଦୈନିକ ମଜୁରୀ ର ଟଙ୍କା ବୃଦ୍ଧି କରିବା,ଓଭର ଡ୍ୟୁଟି ବନ୍ଦ କରିବା, ଶୌଚାଳୟ ର ସୁ -ବ୍ୟବସ୍ଥା କରିବା ଏବଂ ସ୍ଥାନୀୟ ଶ୍ରମିକ ଙ୍କୁ ଅଧିକ ଗୁରୁତ୍ୱ ଦେବା ସମେତ ବିଭିନ୍ନ ଦାବୀ  ନେଇ ଚମାଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଥିବା ଛତୁ ଫ୍ୟାକ୍ଟ୍ରି ରେ କାର୍ଯ୍ୟରତ   ଶ୍ରମିକ ମାନେ  ଆନ୍ଦୋଳନ କୁ ଓଲ୍ହାଇଥିଲେ l  ଏହା ସହିତ ଫ୍ୟାକ୍ଟ୍ରି କୁ ଯାତାୟତ ରାସ୍ତା କୁ ମଧ୍ୟ ଅବରୋଧ କରି  ସେମାନଙ୍କ ହକ ନିମନ୍ତେ ଧାରଣା ବସିଥିଲେ l   ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ହସ୍ତକ୍ଷେପ ପରେ  ତୁଟିଲା ସେମାନଙ୍କ ବିବାଦ l ଆନ୍ଦୋଳନ ରୁ ଓହରିଲେ  ଶ୍ରମିକ ମାନେ l  ସୂଚନା ଯୋଗ୍ୟ ଯେ ଗତ ୧୧ ତାରିଖ ଠାରୁ   ଛତୁ ଫ୍ୟାକ୍ଟ୍ରି ରେ  କାର୍ଯ୍ୟରତ ଥିବା   ଗୋବିନ୍ଦପୁର ଗ୍ରାମ ର ମହିଳା ଓ ପୁରଷ ଶ୍ରମିକ ମାନେ  ଆନ୍ଦୋଳନ କୁ ଓଲ୍ହାଇଥିଲେ   l  ଏହାର ସୂଚନା ପାଇଁ ଗ୍ରାମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଂଚି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ପଚାରି ବୁଝି ଥିଲେ l ପରେ ଗ୍ରାମସ୍ଥିତ କମ୍ୟୁନିଟ ହଲ ଠାରେ ବିଧାୟକ ଶ୍ରୀ ନାୟକ ଙ୍କ ଉପସ୍ଥିତ ରେ  ଲକ୍ଷ୍ମୀପୁର ସରପଞ୍ଚଙ୍କ ସ୍ୱାମୀ ମାଗୁଣି ବିଷୋୟୀ, ସମିତି ସଭ୍ୟ ଏନ. ରମେଶ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ,  ଆନ୍ଦୋଳନରତ ଶ୍ରମିକ, ଗ୍ରାମ ପରିଚାଳନା କମିଟି, ଭଦ୍ର ବ୍ୟକ୍ତି,  ଫ୍ୟାକ୍ଟ୍ରି ମାଲିକ  ଏବଂ ଗ୍ରାମର ବହୁ ଜନସାଧାରଣ ଏକତ୍ରିତ ବସି  ଘଟଣା ସମ୍ପର୍କ ରେ ଆଲୋଚନା କରିଥିଲେ l  ଶ୍ରମିକ ମାନେ ସେମାନଙ୍କ ଦାବୀ ଗୁଡିକ ଉପସ୍ଥାପନା କରିଥିଲେ l ଅନ୍ୟରାଜ୍ୟର ଶ୍ରମିକ ମାନଙ୍କୁ ଫ୍ୟାକ୍ଟ୍ରି ମାଲିକ ଅଧିକ ଟଙ୍କା ଦେବା ସହିତ ସେମାନ ଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ସ୍ଥାନୀୟ ଶ୍ରମିକ ମାନଙ୍କୁ ଅଣ ଦେଖା କରୁଛନ୍ତି ବୋଲି ମଧ୍ୟ  ଆଲୋଚନା ବୈଠକରେ କୁହାଯାଇଥିଲା l  ଏହା ସହିତ ଅନ୍ୟାନ୍ୟ ଦାବୀ ଗୁଡିକ ସମ୍ବନ୍ଧରେ ମଧ୍ୟ ବହୁ ସମୟରେ ଧରି  ଆଲୋଚନା କରାଯାଇଥିଲା  l  ଶେଷରେ ଶ୍ରମିକଙ୍କ ଦୈନିକ ମଜୁରୀ ୫୦ ଟଙ୍କା ବୃଦ୍ଧି ସହ ଅନ୍ୟାନ୍ୟ  ଦାବୀ ଗୁଡିକ ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନ ରୁ ହଟିଥିଲେ l  ସୁରକ୍ଷା କୁ ଦୃଷ୍ଟି ରଖି ଚମାଖଣ୍ଡି  ଥାନା ପୋଲିସ ର ବହୁ କର୍ମଚାରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ