ମହିଳା ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର କର୍ମଶାଳା

ଆସିକା (ୱାଇଏନ୍‍ଏସ୍‍) ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ମାର୍ଗଦର୍ଶିକା ଓ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ କର୍ମସ୍ଥଳରେ ଯୌନଉତ୍ପୀଡନର ନିବାରଣ ନିଷେଧ ଓ ପ୍ରତିକାର ନିମନ୍ତେ ଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ସୋମବାର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନାଙ୍କ ସଭାପତିତ୍ୱ ଓ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଲୀନା ଲିଲିୟାନ୍‍ଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କର୍ମଶାଳାରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ଓ ବ୍ରହ୍ମପୁର ସ୍ଥିତ ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡଃ ପ୍ରିୟଦର୍ଶିନୀ ପଣ୍ଡା ଯୋଗଦେଇ କର୍ମକ୍ଷେତ୍ରରେ ମହିଳାମାନଙ୍କୁ ଯୌନ ଉତ୍ପୀଡନର ନିବାରଣ ଓ ପ୍ରତିକାର ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ଓ ୟୁଜିସି ପକ୍ଷରୁ ଜାରି କରାଯାଇଥିବା ବିଭିନ୍ନ ନୀତିନିୟମ ଉପରେ ମାର୍ଗଦର୍ଶନ କରିବା ସାଙ୍ଗକୁ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ରକ୍ଷା ପାଇଁ ୨୦୧୩ ରେ ଆଗତ ଅଧିନିୟମ ଉପରେ ଆଲୋକପାତ କରିବା ସାଙ୍ଗକୁ ଛାତ୍ରୀମାନେ ଭୟଭୀତ ନହୋଇ ନିଜର ଅସୁବିଧା ସଂପର୍କରେ ନିର୍ଭୟରେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଆବଶ୍ୟକତା ସମୟରେ ଦୃଷ୍ଟି ଆକର୍ଷଣ କରିବାକୁ ଆହ୍ୱାନ କରିଥିଲେ । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ ସମିତିର ସଦସ୍ୟା ଡଃ ଲୀନା ଲିଲିୟାନ୍‍, ଅଧ୍ୟାପିକା ଡଃ ସୁପ୍ରିୟା ଦାଶ, ଡଃ ଜୟପ୍ରଦା ମହାପାତ୍ର, ଡଃ ଉର୍ମିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ସୁଶ୍ରୀ ସତ୍ୟଭାମା ସିଂ, ଶ୍ରୀମତୀ ଜ୍ୟୋତିର୍ମୟୀ ପାଣିଗ୍ରାହୀ, ଶୁଭଶ୍ରୀ ପାଢୀ, ଆଶାଲତା ସାହୁ, ରୋଶନୀ ଡାକୁଆ, ଡଃ କେ.ଓମ୍‍ ନାରାୟଣ ରାଓ, ଗଣେଶ୍ୱର ମାଝୀ, ଡଃ ଲକ୍ଷ୍ମଣ କୁମାର ସୋରେନ୍‍, ଗୋପୀନାଥ କର, ପ୍ରମୋଦ କୁମାର ତିଆଡି, ବି.ପାଣ୍ଡବ ରେଡି, ସୁଶିଲ୍‍ କୁମାର ଆଚାର୍ଯ୍ୟ, ସନାତନ ପ୍ରଧାନ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, ଚାନ୍ଦିନୀ ସେଠୀ, ମମତା ନିଶାଙ୍କ, ସୁମିତ୍ରା ସ୍ୱାଇଁ, ପୂଜା ବିଷୋୟୀ, ରଶ୍ମିରଂଜିତା ଲେଙ୍କା, ଏ.ଲକ୍ଷ୍ମୀ ଦୋରା, ଶୁଭଶ୍ରୀ ମିଶ୍ର, ସାହିଲ୍‍ ନାଜର୍‍, ବସନ୍ତ ମାଝୀ, ଭାରତୀ ଅଧିକାରୀ, କ୍ରିଷ୍ଣା ପାତ୍ର, ଶ୍ରୀବାସ ପାତ୍ର, ରିଙ୍କି ନାହାକ, ପ୍ରଭାସିନୀ ବେହେରା, ସାନ୍ତୁନୁ କୁମାର ସାସମଲ, ପ୍ରିତୀ ପାତ୍ର, ଯମୁନା ଖୁଣ୍ଟିଆ, ସୁଶ୍ରୀ ସେଫାଳୀ ସୁଚରିତା ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଓ ଅଣଶୈକ୍ଷିକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲା ବେଳେ ଶିକ୍ଷାନୁଷ୍ଠାନ ଓ ସମାଜର ବିଭିନ୍ନ କ୍ଷେତ୍ରରେ ମହିଳା ଯୌନ ଉତ୍ପୀଡନ ନିବାରଣ ଓ ପ୍ରତିକାର ପାଇଁ ସାମୂହିକ ଶପଥପାଠ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ