ବିଶ୍ଵ ଏଡ଼ସ୍ ଦିବସ ଉପଲକ୍ଷେ ଶୋଭାଯାତ୍ରା

ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ  କଲେଜ ପରିସରରେ ସୋମବାର ବିଶ୍ଵ ଏଡ଼ସ ଦିବସ ଅବସରରେ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଡିଗ୍ରୀ କଲେଜ ଅଧ୍ୟକ୍ଷ  ନିହାର ରଞ୍ଜନ କର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପିକା  ପ୍ରିୟଙ୍କା ପଣ୍ଡା ଯୋଗ ଦେଇଥିବା ବେଳେ ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ,ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ଦେବଦତ୍ତ ପଣ୍ଡା ପ୍ରମୁଖ ମଞ୍ଚାସିନ  ଥିଲେ। ଏଡ଼ସ୍ ର କାରଣ ଓ ନିରାକରଣ ସମ୍ପର୍କରେ ଏକ ବକ୍ତୃତା ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ  ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା‌  ସଚେତନତା ହିଁ ଏଡ଼ସ୍ ରୋଗ ନିରାକରଣର ମୁଖ୍ୟ ମାଧ୍ୟମ ବୋଲି ଥିଲା  ଅତିଥିବୃନ୍ଦ ସେମାନଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।ଯୁବ ରେଡକ୍ରସ୍ ର ଉପଦେଷ୍ଟା ଅଧ୍ୟାପକ ରଞ୍ଜନ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ   ଛାତ୍ରୀ ଛାତ୍ର ବୃନ୍ଦ  ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ