ବିଶ୍ୱ ରକ୍ତଦାତା ଦିବସ

ଆସିକା  (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଶନିବାର ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଲ ବେହେରାଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଡାକ୍ତର ଦୀପକ କୁମାର ସାମନ୍ତରାୟ, ହାଟପଦା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରର ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପ୍ରମୁଖ ଯୋଗଦେଇ ବିଶ୍ୱ ରକ୍ତଦାତା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ରକ୍ତଦାନ ଭଳି ପୂଣ୍ୟ କାମକୁ ସମସ୍ତେ ଆପଣେଇ ଅଧିକରୁ ଅଧିକ ରକ୍ତଦାନ କରିବା ସହ ଶୁଖିଲା ମୁହଁରେ ହସ ଫୁଟାଇ ଅନ୍ୟକୁ ରକ୍ତଦାନ କରି ବଞ୍ଚାଇବା ପାଇଁ ଆହ୍ୱାନ କରିବା ସହ ରକ୍ତଦାନ ମଣିଷର ଜୀବନକୁ ଧନ୍ୟ କରିଥାଏ ଓ ତାର ପ୍ରାଣକୁ ପୂଣ୍ୟତାରେ ଭରି ଦେଇଥାଏ ବୋଲି ପ୍ରକାଶ କରି ରକ୍ତ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ । ତେଣୁ ସବୁବେଳେ ରକ୍ତଦାନ କରି ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଆହ୍ୱାନ କରିଥିଲେ । ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଅନୁଷ୍ଠିତ ଏହି ବିଶ୍ୱ ରକ୍ତଦାତା ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଡାଟା ପରିଚାଳକ ସୁନିଲ୍‍ କୁମାର ଘଡେଇ, ନର୍ସିଂ କର୍ମଚାରୀ ଅର୍ଚ୍ଚନା ମହାନ୍ତି, ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଆସିକା ଉପଖଣ୍ଡ ଚିକିତ୍ସାଳୟର ପରିମଳ ସୁପରଭାଇଜର ଅମିତ୍‍ କୁମାର ଦାଶ, ନୀଳମାଧବ ତ୍ରିପାଠୀ, ସମୀର କୁମାର ପଟ୍ଟନାୟକ, ବିପିନ୍‍ ନାହାକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ, ଆଶାକର୍ମୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ