ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଆସିକା (ୱାଇଏନ୍‍ଏସ୍‍):  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଟପଦା ଛକ ନିକଟରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ସ୍ୱାସ୍ଥ୍ୟ ମନୁଷ୍ୟ ସମାଜର ଏକ ମୌଳିକ ଆବଶ୍ୟକତା ଓ ଅଧିକାର ହୋଇଥିଲା ବେଳେ ଦେହ ଓ ମନ ଠିକ୍‍ ଭାବରେ ଭଲ ନ ରହିଲେ ମନୁଷ୍ୟ ସଠିକ୍‍ ଭାବେ ଜୀବନଧାରଣ କରିପାରିବ ନାହିଁ । ସ୍ୱାସ୍ଥ୍ୟ କେବଳ ଶାରୀରିକ ସୁସ୍ଥତା ସାଙ୍ଗକୁ ମାନସିକ ଓ ସାମାଜିକ ସୁସ୍ଥତାକୁ ମଧ୍ୟ ବୁଝାଇଥାଏ । ଜଣେ ବ୍ୟକ୍ତି ସାମାଜିକ, ମାନସିକ ଓ ଶାରୀରିକ ଭଳି ୩ଟି କ୍ଷେତ୍ରରେ ସଦାସର୍ବଦା ସୁସ୍ଥ ରହିବା ଆବଶ୍ୟକ । ସ୍ୱାସ୍ଥ୍ୟ ହେଉଛି ମନୁଷ୍ୟର ସୁଖ ଓ ସୁସ୍ଥତାର ମାପଦଣ୍ଡ କାରଣ ସୁସ୍ଥ ବ୍ୟକ୍ତି ସଦାସର୍ବଦା ଦୀର୍ଘାୟୁ ହୋଇଥାଏ । ତେଣୁ ସାଧାରଣ ଜନତା ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ସ୍ୱାସ୍ଥ୍ୟକୁ ସଦାସର୍ବଦା ସୁସ୍ଥ ରଖି କିପରି ନିରୋଗ ଜୀବନଯାପନ କରିବା ସେ ସଂକ୍ରାନ୍ତରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍‍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍‍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ