ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ
ଭୁବନେଶ୍ୱର (ଓ୍ବାଇଏନଏସ) : ଅଗ୍ରଣୀ ସମାଜସେବା ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ’ ପକ୍ଷରୁ କେସୁରାସ୍ଥିତ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଫାଉଣ୍ଡେସନର ଟ୍ରଷ୍ଟି ଅକ୍ଷୟ କୁମାର ପାଣି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଏହି ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ଚଳିତବର୍ଷ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ତ୍ତା “ସୁସ୍ଥ ଆରମ୍ଭ ଓ ଆଶାନ୍ୱିତ ଭବିଷ୍ୟତ” ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାୟନ ସରୋଜ କୁମାର ପଟ୍ଟନାୟକ, ଲାୟନ ବିପିନ ବିହାରୀ ନାୟକ, ସମାଜସେବୀ ନିଶାକର ରାଉତ, ବ୍ରହ୍ମାକୁମାରୀ ଅପର୍ଣ୍ଣା ଦେବୀ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ, ସୁସ୍ଥ ନାଗରିକମାନେ ହେଉଛନ୍ତି ଦେଶର ଆର୍ଥିକ ଓ ବସ୍ତୁଭିତ୍ତିକ ସମ୍ବଳ। ଯେଉଁ ଦେଶର ଲୋକେ ଯେତେ ସୁସ୍ଥ ସେ ଦେଶ ସେତେ ଉନ୍ନତ ଓ ବିକଶିତ ବୋଲି ମତ ରଖିଥିଲେ। ଅନୁଷ୍ଠାନର ରାଜ୍ୟ ମୁଖ୍ୟ ରବୀନ୍ଦ୍ରନାଥ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମିଲନ ପ୍ରଧାନ, ବାଳକୃଷ୍ଣ ରାଉତ, ସଞ୍ଜୟ କର, ରାଜସ୍ମିତା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ପ୍ରିୟଦର୍ଶନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।