ରେଡ଼କ୍ରସ ଓ ଡିଏମଏଫ ଫଣ୍ଡରୁ ଆର୍ଥିକ ସହାୟତା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହନ୍ତ): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ସାନ ଯୋଡ଼ା ଗ୍ରାମର ସ୍ବର୍ଗତ ହଳଧର ପଲେଇଙ୍କ ଏକ ମାତ୍ର ପୁତ୍ର ବିନୋଦ ପଲେଇର ଗତ ମାର୍ଚ୍ଚ ୧୧ତାରିଖ ଦିନ ସକାଳେ ଏକ ବସ ଦୁର୍ଘଟଣାରେ ସ୍ୱୀକାର ହୋଇ ଶରିରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ପାଇ ଗୁରୁତର ହେବା ସହିତ ତାଙ୍କ ବାମ ହାତଟିକୁ ସମ୍ପୂର୍ଣ୍ଣ କାଟିଦିଆ ଯାଇଛି। ସେ ଏବେ କଟକ ସ୍ଥିତ ସାବରମତି ହସ୍ପିଟାଲରେ ଚିକିତ୍ସାରତ ଅଛନ୍ତି। ଛୋଟ ବେଳୁ ତାଙ୍କ ବାପା ମୃତ୍ୟ ବରଣ କରିଥିବା ବେଳେ ମାଙ୍କ ମସ୍ତିଷ୍କ ବିକୃତି ଘଟି ବହୁ ବର୍ଷ ହେବ କୁଆଡେ ଚାଲି ଯାଇଛନ୍ତି। ବିନୋଦ କୁମାର ପଲେଇ ଭୁବନେଶ୍ୱରରେ ଏକ ଘରଇ ସଂସ୍ଥା ରେ କାମ କରି କୌଣସି ମୋତେ ନିଜେ ଚଳିବା ସହିତ ସାନ ଭଉଣୀର ପାଠ ପଢା ପାଇଁ ଆର୍ଥିକ ସାହାଯ୍ୟ କରୁଥିଲେ। ମାତ୍ର ତାର ଦୁର୍ଘଟଣା ଫଳରେ ଭାଇ ଭଉଣୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କ ପାଖରେ ଟଙ୍କାଟିଏ ମଧ ନାହିଁ। ସାଙ୍ଗ ସାଥି ଓ ପୋଡ଼ଶୀଙ୍କ ଠାରୁ ଅନେକ ଟଙ୍କା ଧାର କରଜ କରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାଇର ଚିକିତ୍ସା ନିମନ୍ତେ ଜିଲ୍ଲା ରେଡ଼କ୍ରସ ଓ ଡି ଏମ ଏଫ ଫଣ୍ଡରୁ କିଛି ଆର୍ଥିକ ସହାୟତା ଯୋଗାଇବା ସହିତ ଭଉଣୀ ସିଟିକରିସାରିଥିବାରୁ କୌଣସି ସ୍ଥାନରେ ଏକ ଚାକିରୀର ବ୍ୟବସ୍ତା କରି ଭାଇ ଭଉଣୀଙ୍କୁ ବଞ୍ଚିବାର ବ୍ୟବସ୍ଥା କରିବା ପାଇଁ ସାନ ଭଉଣୀ ସୀମଲତା ପଲେଇ ସମବାର ଦିନ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦ୍ୱାରସ୍ତ ହୋଇ ନିବେଦନ କରିଛନ୍ତି।


